Latest Odisha News

BREAKING NEWS

ଲୋକାର୍ପିତ ହେଲା ଓଡ଼ିଆ ବିଶ୍ବବିଦ୍ୟାଳୟ, ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଶା ଇତିହାସରେ ଯୋଡ଼ିହେଲା ପୁଣି ଏକ ନୂତନ ଅଧ୍ୟାୟ । ପୂରଣ ହେଲା କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ । ଉଦଘାଟନ ହେଲା ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ । ପଞ୍ଚସଖା ଖେଳ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ବିଲଡିଂର ଲୋକାର୍ପଣ କରିଛନ୍ତି । ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ବଖାଣିଛନ୍ତି ଓଡିଆ ଭାଷାର ଗାରିମା ।

ପ୍ରଥମେ ଆଦି କବି ଶାରଳା ଦାସ ଓ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କୁ ପ୍ରଣାମ ଜଣାଇ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ସମସ୍ତ ବରପୁତ୍ର ଓ ଓଡ଼ିଆ ଭାଷାକୁ ସମୃଦ୍ଧ କରିଥବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଜଣାଇଛନ୍ତି । ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ । ଏବଂ ଫେବୃଆରୀ ୩ ତାରିଖରେ ପ୍ରଥମ ଓଡିଆ ବିଶ୍ବଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯାହା ଓଡିଶାବାସୀଙ୍କ ପାଇଁ ଏହା ଏକ ଗୌରବର ସମୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଅନେକ ସାହିତ୍ୟିକ ସୃଷ୍ଟି ହୋଇଛନ୍ତି। ଏହାର ପ୍ରଚାର ପ୍ରସାର ନିହାତି ଆବଶ୍ୟକ। ସୋସିଆଲ ମିଡିଆରେ ଏହାର ପ୍ରଚାର କରାଯିବ। ଯଦ୍ଵାରା ଯୁବ ପିଢ଼ି ମଧ୍ୟରେ ଆଗ୍ରହ ବଢିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ପ୍ରାୟ ୩୦ କୋଟି ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମିତ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି କରାଯାଇଛି । ଓଡ଼ିଆ ବର୍ଣ୍ଣମାଳାର ସ୍ଥାପତ୍ୟରେ ପ୍ରଶାସନିକ କୋଠା ନିର୍ମାଣ ହୋଇଛି । କ୍ୟାମ୍ପସ ପ୍ରବେଶ ପଥରୁ କାନ୍ଥବାଡ଼ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଲେଖା ଦେଖିବାକୁ ମିଳିବ । ସବୁଠି ଅତ୍ୟାଧୁନିକ ଟେକ୍ନୋଲୋଜୀ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁଜିମାଭରା ପରିବେଶରେ ପାଠପଢା ପାଇଁ ବ୍ୟବସ୍ଥା ହୋଇଛି।

Leave A Reply

Your email address will not be published.