Latest Odisha News

BREAKING NEWS

ହିଜବୁଲ୍ଲା ଘୋଷଣା କଲା ନୂଆ ମୁଖିଆ; ଜାଣନ୍ତୁ କିଏ ନେବ ନସରଲ୍ଲାହର ଜାଗା……

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାହ ନିପାତ ହେବା ପରେ ଏବେ ହିଜବୁଲ୍ଲାକୁ ଲାଗିଛି ଶକ୍ତ ଝଟକା । ତେବେ ଏହି ଘଟଣା ପରେ ପୁଣି ଇସ୍ରାଏଲକୁ କଡା ଜବାବ ଦେବା ପାଇଁ ଅଣ୍ଟା ଭିଡିଲାଣି  ହିଜବୁଲ୍ଲା । ଏହାରି ଭିତରେ ହିଜବୁଲ୍ଲା ତାର ନୂଆ ମୁଖିଆ ଘୋଷଣା କରିଛି । ନସରଲ୍ଲାହର ସଂପର୍କୀୟ ଭାଇ ହାସିମ ସଫିଉଦ୍ଦିନକୁ ଏବେ ହିଜବୁଲ୍ଲା କମାଣ୍ଡର ଭାର ଦିଆଯାଇଛି ।

ତେବେ ପୂର୍ବରୁ ହିଜବୁଲ୍ଲାର ଦସବୁ ରାଜନୈତିକ ମାମଲାକୁ ରଫାଦଫା କରୁଥିଲା ହାସିମ । ଏହାସହିତ ଏକ୍ସକ୍ୟୁଟିଭ୍ କାଉନସିଲର ପ୍ରମୁଖ ରହିବା ସହିତ ଜିହାଦ କାଉନସିଲର ଚେୟାରମାନ ମଧ୍ୟ ରହିଛି । କୁହାଯାଉଛି ଏବେ ଇସ୍ରାଏଲ ଆକ୍ରମଣରୁ ବଞ୍ଚିବାକୁ ଚାଷ୍ଟା କରୁଛି ହାସିମ । ଯିଏକି ସଂଗଠନର ମିଲଟ୍ରି ଅପରେସନର ପ୍ଲାନିଙ୍ଗ୍ କରିଥାଏ ।

ତେବେ ନିଜକୁ ପୈଗାମ୍ବର ମହମ୍ମଦଙ୍କ ବଂଶଜ କହୁଥିବା ହାସିମକୁ ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ୨୦୧୭ରୁ ହାସିମକୁ ଜଣେ ଆତଙ୍କବାଦୀ ବୋଲି ଘୋଷଣା କରିଛି । କାରଣ ସେବେଠୁ ହାସମ୍ ଇସ୍ରାଏଲ ବିରୁଦ୍ଧରେ ବଡ ଷଡଯନ୍ତ୍ର ରଚିଥିଲା । ଯେତେବେଳେ ଇସ୍ରାଏଲ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡରକୁ ମାରିଦେଇଥିଲା ସେତେବେଳେ ହାସିମ୍ ହିଜବୁଲ୍ଲା ସଦସ୍ୟଙ୍କୁ ଇସ୍ରାଏଲକୁ କାନ୍ଦିବା ପାଇଁ ବାଧ୍ୟ କରିଦିଏ ବୋଲି ଆହ୍ବାନ ଦେଇଥିଲା ।

ସୂଚନାଯୋଗ୍ୟ,ଲେବାନନର ହିଜବୁଲ୍ଲା ଗୋଷ୍ଠୀ ଶନିବାର ନିଶ୍ଚିତ କରିଛି ଯେ ଏହାର ନେତା ତଥା ଦଳର ଅନ୍ୟତମ ପ୍ରତିଷ୍ଠାତା ହସନ ନସରଲ୍ଲାହଙ୍କ ମୃତ୍ୟୁ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହୋଇଛି । ୧୯୯୦ ଦଶକରୁ ହସନ ନସ୍‌ରଲ୍ଲାହ ହିଜବୁଲ୍ଲାର ନେତୃତ୍ୱ ନେଇଥିଲା । ହିଜବୁଲ୍ଲାକୁ ଏକ ଶକ୍ତିଶାଳୀ ରାଜନୈତିକ ତଥା ସାମରିକ ଶକ୍ତିରେ ପରିଣତ କରିବାରେ ନସରଲ୍ଲାହର ଭୂମିକା ରହିଛି । ସେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନୀଙ୍କର ଜଣେ ଘନିଷ୍ଠ ସହଯୋଗୀ । ହିଜବୁଲ ଇସ୍ରାଏଲ ତଥା ଆମେରିକାକୁ ବିରୋଧ କରିବାରେ ଇରାନର ମଧ୍ୟପ୍ରାଚ୍ୟର ପ୍ରତିରୋଧର ଏକ ପ୍ରମୁଖ ଅଂଶ ଭାବରେ ବିବେଚିତ ହୋଇଥିଲେ।

Leave A Reply

Your email address will not be published.