Latest Odisha News

BREAKING NEWS

ରିମେକ୍ ଫିଲ୍ମ ଦୌଡରେ ଅଜୟ ଦେବଗନ ଆଗରେ

ମୁମ୍ବାଇ: ବଲିଉଡରେ ଅନ୍ୟ ଭାଷାର ଚଳଚିତ୍ରକୁ ରିମେକ୍ କରିବା କିଛି ବଡ଼ କଥା ନୁହେଁ । ଅନେକ ବଲିଉଡ ସୁପର ଷ୍ଟାର ସାଉଥ୍ କିମ୍ବା ଅନ୍ୟ କୌଣସି ଭାଷା ଚଳଚିତ୍ରର ରିମେକ କରି ବଲିଉଡରେ ନିଜର ଛାପ ଛାଡ଼ିଛନ୍ତି । ରିମେକ ଚଳଚିତ୍ର ‘ୱାଣ୍ଟେଡ’ ଏବଂ ‘କିକ୍’ ମାଧ୍ୟମରେ ସଲମନ ଖାନ୍ ସଫଳତା ପାଇଛନ୍ତି । ସେହିପରି ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟ ‘ରାଓଡି ରାଠୋର’ କରି ସଫଳତା ହାସଲ କରିଛନ୍ତି । ହେଲେ ଏହି ରିମେକ୍ ରେସରେ ଅଜୟ ଦେବଗନ୍ ତାଙ୍କ ସାଥୀ ସୁପର ଷ୍ଟାରଙ୍କ ଠାରୁ ଆଗରେ ଅଛନ୍ତି ।

ଅଜୟ ଦେବଗନଙ୍କ ରିମେକ ଚଳଚିତ୍ର ମଧ୍ୟରେ ରହିଛି ୟୁବା, ଗୋଲମାଲ୍ ଫନ୍ ଅନଲିମିଟେଡ, ସଣ୍ଡେ, ସିଂଘମ୍, ସନ୍ ଅଫ୍ ସର୍ଦ୍ଦାର, ଦ୍ରଶ୍ୟମ୍, ଇନସାନ୍, ଏକ୍ସନ୍ ଜ୍ୟାକ୍ସନ୍ ଇତ୍ୟାଦି ।

ୟୁବା:- ତିନି ଯୁବକଙ୍କ କାହାଣୀ ଉପରେ ଆଧାର କରି ଏହି ଚଳଚିତ୍ର ୨୦୦୪ ମସିହାରେ ନିର୍ମିତ ହୋଇଥିଲା । ଏହା ଏକ ରାଜନୈତିକ ଆକ୍ସନ ଫିଲ୍ମ ଥିଲା । ତାମିଲ ଭାଷାରେ ନିର୍ମିତ ଏହି ଫିଲ୍ମରେ ସୁରିଆ, ମାଧବନ ଏବଂ ସିଦ୍ଧାର୍ଥ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦି ଭାଷାରେ ନିର୍ମିତ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଅଜୟ ଦେବଗନ, ଅଭିଷେକ ବଚ୍ଚନ ଏବଂ ବିବେକ ଓବରୋଇ । ହିନ୍ଦି ଭାଷାରେ ନିର୍ମିତ ଚଳଚିତ୍ର ସଂଳାପ ଲେଖିଥିଲେ ଅନୁରାଗ କଶ୍ୟପ ।

ଗୋଲମାଲ୍ ଫନ୍ ଅନଲିମିଟେଡ୍:- ୨୦୦୬ ମସିହାରେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି କମେଡି ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା । ଅଜୟ ଦେବଗନ୍, ଆର୍ଶାଦ ୱାର୍ସି, ଶ୍ରେୟସ୍ ତାଲପଡେ ଏବଂ ତୁଷାର କପୁରଙ୍କ ଅଭିନିତ ଏହି ଚଳଚ୍ଚିତ୍ରଟି ପ୍ରିୟଦର୍ଶନଙ୍କ ଦ୍ୱାରା ୨୦୦୧ ମସିହାରେ କାକାକୁଇଲ ନାମରେ ମାଲାୟାଲମ୍ ଭାଷାରେ ନିର୍ମିତ ହୋଇଥିଲା। ଅଜୟ ଦେବଗାନ୍ ହିନ୍ଦୀ ଭାଷାରେ ନିର୍ମିତ ଚଳଚିତ୍ରରେ, ମାଲାୟାଲମ୍ ଚଳଚ୍ଚିତ୍ରର ସୁପରଷ୍ଟାର ମୋହନଲାଲଙ୍କ ଭୂମିକାରେ ଅଭିନୟ କରିଥିଲେ।

ସଣ୍ଡେ:- ୨୦୦୮ ରେ ଆସିଥିବା ଏହି ଚଳଚ୍ଚିତ୍ରଟି ଏକ ରହସ୍ୟମୟ କମେଡି ଫିଲ୍ମ ଥିଲା । ଏହି ଚଳଚ୍ଚିତ୍ରଟି ହିନ୍ଦୀରେ ଅଧିକ ସଫଳତା ପାଇନଥିଲା କିନ୍ତୁ ତେଲୁଗୁ ଭାଷାରେ ନିର୍ମିତ ଫିଲ୍ମଟି ସଫଳତା ପାଇଥିଲା । ତେଲୁଗୁ ଚଳଚ୍ଚିତ୍ରରେ ଜଗପତି ବାବୁଙ୍କ ଭୂମିକା ହିନ୍ଦୀ ରିମେକରେ ଅଜୟ ଦେବଗାନଙ୍କୁ ଦେଖିବାକୁ ମିଳିଥିଲା ।

ସିଂଘମ:- ଏହି ଚଳଚ୍ଚିତ୍ରଟି ଅଜୟ ଦେବଗାନଙ୍କ ସୁପର-ଡୁପର ହିଟ୍ ଫିଲ୍ମ ଥିଲା । ତେଲୁଗୁ ଭାଷାରେ ମଧ୍ୟ ଏହି ଚଳଚ୍ଚିତ୍ରଟି ସିଂଘମ ନାମରେ ନିର୍ମିତ ହୋଇଥିଲା । ତେଲୁଗୁ ଭାଷାରେ ନିର୍ମିତ ଏହି ଫିଲ୍ମରେ ତେଲୁଗୁ ସୁପରଷ୍ଟାର ସୁରିଆ, ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ହିନ୍ଦୀ ଭାଷା ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟ ଦେବଗାନ୍ ଅଭିନୟ କରିଥିଲେ ।

ସନ୍ ଅଫ୍ ସଦ୍ଦାର:- ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସର୍ଦ୍ଦାର ରୂପକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ହେଲେ ଏହି ଚଳଚ୍ଚିତ୍ରଟି ତେଲୁଗୁ ଚଳଚ୍ଚିତ୍ର ‘ମରିୟାଡା ରମନ୍ନା’ର ରିମେକ୍ ଥିଲା । ହିନ୍ଦୀ ଭାଷାରେ ନିର୍ମିତ ସନ୍ ଅଫ୍ ସଦ୍ଦାର ଚଳଚିତ୍ରଟି ୨୦୧୨ ରେ ମୁକ୍ତିଲାଭ କରିଥିଲା । ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ରର ରିମେକ୍ କନ୍ନଡ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗାଳୀରେ ମଧ୍ୟ ନିର୍ମିତ ହୋଇଥିଲା ।

ଦ୍ରଶ୍ୟମ୍:- ଏହା ଏକ ଏଭଳି ଚଳଚ୍ଚିତ୍ର ଥିଲା ଯାହା ଅନେକ ଭାଷାରେ ନିର୍ମାଣ କରାଯାଇଥିଲା । ମୂଳ ଚଳଚ୍ଚିତ୍ରଟି ମାଲାୟାଲମରେ ନିର୍ମିତ ହୋଇଥିଲା । ତାମିଲରେ ଏହି ଚଳଚିତ୍ରର ମୁଖ୍ୟ ଭୂମିକାରେ କମଲ ହାସନ ଅଭିନୟ କରିଥିଲେ, ଭେଙ୍କଟେଶ ତେଲୁଗୁ ଭାଷାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ରବିଚନ୍ଦ୍ରନ କନ୍ନଡରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଭୂମିକା ହିନ୍ଦୀ ଭାଷାରେ ଅଜୟ ଦେବଗାନଙ୍କ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ଏହାର ସିକ୍ୱେଲ ଦ୍ରଶ୍ୟମ-୨ ମଧ୍ୟ ମାଲାୟାଲମରେ ରିଲିଜ ହୋଇ ସାରିଛି । ଅଜୟ ଦେବଗନ୍ ମଧ୍ୟ ହିନ୍ଦୀ ଭାଷା ଦ୍ରଶ୍ୟମ-୨ ପାଇଁ ସୁଟିଂ ଆରମ୍ଭ କରିଦେଇଛନ୍ତି ।

ଇନସାନ୍:- ଏହି ତେଲୁଗୁ ଚଳଚ୍ଚିତ୍ରର ରିମେକରେ ଅଜୟ ଦେବଗନ୍ ଏବଂ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଥିଲା । ଏହା ଖଡଗାମ ଫିଲ୍ମର ରିମେକ୍ ଥିଲା । ଏହି ଚଳଚ୍ଚିତ୍ରରେ ଇଶା ଦେଓଲ ଏବଂ ଲାରା ଦତ୍ତା ମୁଖ୍ୟ ଭୂମିକାରେ ଥିଲେ।

ଏକ୍ସନ ଜ୍ୟାକସନ:- ୨୦୧୧ରେ ପ୍ରଭାସ ଦେବ ଅଜୟ ଦେବଗାନଙ୍କ ସହିତ ଆକ୍ସନ୍ ଜ୍ୟାକସନ ପ୍ରସ୍ତୁତ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଥିଲା । ଏହି ଚରିତ୍ରକୁ ମୂଳ ଚଳଚ୍ଚିତ୍ରରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଅଭିନୟ କରିଥିଲେ ।

Comments are closed, but trackbacks and pingbacks are open.