Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୁରୁଣା ଧର୍ମ ସଂସ୍କୃତି ବହନ କରୁଥିବା ଶ୍ରୀଚୈତନ୍ୟ ଗୌଡୀୟ ମଠ

ପୁରୀ: ଭାରତ ବର୍ଷରେ କିଛି ମଠ ମନ୍ଦିର ପୁରୁଣା ସଂସ୍କୃତି ସହ ଜଡିତ । ଯେମିତି ଶ୍ରୀଚୈତନ୍ୟ ଗୌଡୀୟ ମଠ । ବୈଷ୍ଣବ ଧର୍ମ ଓ ସନାତନ ଧର୍ମର ପ୍ରଚାରପ୍ରସାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ଶ୍ରୀଚୈତନ୍ୟଙ୍କ ରହିଛି ଅନେକ ଅବଦାନ । ସେପଟେ ଶ୍ରୀଚୈତନ୍ୟଙ୍କ ପରମଶିଷ୍ୟ ଶ୍ରୀଳ ପ୍ରଭୂପାଦ ଓରଫ୍ ଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୂପାଦ ଶ୍ରୀଚୈତନ୍ୟ ଗୌଡୀୟ ମଠର ହେଉଛନ୍ତି ପ୍ରତିଷ୍ଠାତା ।

ପୁରୀରେ ଥିବା ଶ୍ରୀଚୈତନ୍ୟ ଗୌଡୀୟ ମଠର ରହିଛି ସ୍ୱତନ୍ତ୍ରତା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ପିତା ଭକ୍ତି ବିନୋଦ ଠାକୁର ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହୋଇଥିଲେ। ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହେବାପରେ ସେ ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠରେ ଅବସ୍ଥାନ କରୁଥିଲେ।

ଭକ୍ତି ସିଦ୍ଧାନ୍ତ ବୈଷ୍ଣବ ଓ ସନାତନ ଧର୍ମର ବ୍ୟାପକ ପ୍ରଚାରପ୍ରସାର କରି ଲୋକମାନଙ୍କ ଦ୍ବାରା ଆଦୃତ ହୋଇଥିଲେ। ସମାଜ ପ୍ରତି ତାଙ୍କର ରହିଥିଲା ଅନେକ ଅବଦାନ । ଧର୍ମ ସ୍ଥାପନ କରି ବୈଷ୍ଣବ ମାନଙ୍କୁ ଏକ ସାଙ୍ଗଠନିକ ରୂପ ଦାନ କରିଥିଲେ।

ଧାର୍ମିକ ପୁର୍ନଜାଗରଣ ଯୁଗର ସେ ଏକମାତ୍ର ବ୍ୟକ୍ତି ଯିଏ ପ୍ରମାଣିତ କରିଥିଲେ ଯେ, ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଦ୍ବାରା ସ୍ଥିରିକୃତ ଭାଗବତ ଧର୍ମ ବା ଶୁଦ୍ଧ ସନାତନ ଧର୍ମ ଏକ ସଂକୀର୍ତ୍ତନ ଧର୍ମ ନୁହେଁ। ବରଂ ସମସ୍ତଙ୍କ ପାଇଁ ଏକ ସ୍ଥାନ । ପ୍ରଭୂପାଦ ଭକ୍ତି ସିଦ୍ଧାନ୍ତ ସମଗ୍ର ପୃଥିବୀରେ ୬୪ଟି ମଠ କେନ୍ଦ୍ର ସ୍ଥାପନ କରିଥିଲେ ତାହାନୁହେଁ ତାଙ୍କର ଲକ୍ଷଲକ୍ଷ ଅନୁଗାମୀ ଥିଲେ ।

ଶ୍ରୀଚୈତନ୍ୟ ଗୌଡୀୟ ମଠରେ ଅନେକ ସାଧୁ ଅବସ୍ଥାନ କରି ଭକ୍ତି ସିଦ୍ଧାନ୍ତଙ୍କ ଆଦର୍ଶ, ନୀତିରେ ଅନୁପ୍ରାଣିତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସମାନ ଅନୁରୂପ ଭାବରେ ଅନେକ ସାଧୁ ସନ୍ୟାସୀ ଏଠାରେ ଅବସ୍ଥାନ କରି ବୈଷ୍ଣବ ଓ ସନାତନ ଧର୍ମର ପ୍ରଚାର ପ୍ରସାରରେ ଲିପ୍ତ ରହିଛନ୍ତି।

 

 

Comments are closed, but trackbacks and pingbacks are open.