Latest Odisha News

BREAKING NEWS

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ କାହିଁକି ଶଙ୍ଖକ୍ଷେତ୍ର କୁହାଯାଏ ସେ ବିଷୟରେ ଜାଣିବା । ସ୍କନ୍ଦ ପୁରାଣ ଅନୁସାରେ ପୁରୁଷୋତ୍ତମ କ୍ଷେତ୍ରର ଆକାର ଏକ ଶଂଖକ୍ଷେତ୍ର୍ ପରି ହୋଇଥିବାରୁ ଏହାର ନାମ ଏପରି ରଖାଯାଇଛି ।

ଉକ୍ତ ପୁରାଣ ଅନୁସାରେ ଏହି କ୍ଷେତ୍ରର ଆୟତନ ପଂଚକୋଶ ଏବଂ ଆକାର ତ୍ରିକୋଣ । ପାଂଚକୋଶ ଆୟତନରୁ ପ୍ରାୟ ଅଧାଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ । ଏହି ଶଙ୍ଖାକାର କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମାସୀମା । ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ ଥିବା ନୀଳକଣ୍ଠ ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି । ନାଭି ଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ ଅବସ୍ଥିତ । ଶଙ୍ଖର ମଧ୍ୟ ଭାଗରେ ମାଉସୀ ମା ଅର୍ଦ୍ଧାଶିନୀ ଅବସ୍ଥାନ କରୁଛନ୍ତି ।

ନୀଳଗିରି ଏହି କ୍ଷେତ୍ରରେ ଶୋଭା ପାଉଛି । ଏହି ନୀଳଗିରି ପୁରୁଷୋତମ ଜଗନ୍ନାଥଙ୍କ ନିବାସ ସ୍ଥଳ । ପ୍ରାୟ ଦୁଇ ଶହ ବର୍ଷ ପୂର୍ବେ ବଡ ଦେଉଳ ଓ ଗୁଣ୍ଡିଚାବାଡି ମଧ୍ୟରେ ବାଙ୍କିମୁହାଣ ନଦୀ ପ୍ରବାହିତ ହେଉଥିଲା । ବର୍ତମାନ ଯାହାକୁ ଶରଧାବୋଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । ରଥଯାତ୍ରାରେ ଦୁଇସାରୀ ରଥ ତିଆରି ହୋଇଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଟିଏ ରଣ ରହୁଥିଲା । ଏହି ବାଙ୍କି ମୁହାଣ ନଦୀ ବର୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶିଛି ।

ବାଙ୍କିମୁହାଣ ନଦୀ, ମିଟିଆଣି ନଦୀ ଓ ମଙ୍ଗଳା ନଦୀ ଏହି ତିନୋଟି ନଦୀ ପୁରୀ ନଗରୀକୁ ପୂୁର୍ବେ ତିନିଆଡୁ ବେଢ଼ି ରହିଥିଲା ଏବଂ ଅନ୍ୟ ଦିଗକୁ ସାଗର ବେଢ଼ି ରହିଥିଲା । ତେଣୁ କ୍ଷେତ୍ରଟି ଦ୍ୱୀପପରି ଦେଖା ଯାଉଥିଲା ।

Leave A Reply

Your email address will not be published.