Latest Odisha News

BREAKING NEWS

ପରିବା ବିକାଳୀରୁ କୋଟିପତି !

ଭୁବନେଶ୍ୱର: ଭାଗ୍ୟ ସହାୟ ହେଲେ ସବୁ କିଛି ସମ୍ଭବ ହୋଇପାରିବ । ଏପରି ଏକ ଘଟଣା ଘଟିଛି କୋଲକାତାର ଦମଦମ ଅଂଚଳରେ ।

ରାତାରାତି ପରିବା ବିକାଳୀ ସାଦ୍ଦିକ୍ କୋଟିପତି ପାଲଟି ଯାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ ସାଦିକ୍ ୩୧ ଡିସେମ୍ବର ୨୦୧୯ରେ ପତ୍ନୀ ସହିତ ନାଗାଲାଣ୍ଡ ଲଟେରୀର ୫ ଟିକେଟ କିଣିଥିଲେ । ଦୋକାନୀ ତାଙ୍କ ଲଟେରୀ ଉଠି ନାହିଁ କହିବା ପରେ ସାଦିକ ଏହାକୁ ଅଳିଆ ଡବାରେ ପକାଇ ଦେଇଥିଲେ । ୩ ଜାନୁୟାରୀରୁ ସାଦିକ ସେହି ଦୋକାନକୁ ଅନ୍ୟ ଏକ କାମ ପାଇଁ ଯାଇଥିଲେ ।

ଦୋକାନୀଜଣଙ୍କ ତାକୁ ଦେଖି କହିଥିଲେ ତୁମେ ଲଟେରୀ ଜିତିଛି ଟିକେଟ ନେଇ କି ଆସ । ଗୋଟିଏ ଟିକେଟରେ କୋଟିଏ ଟଙ୍କା ଓ ଅନ୍ୟ ୪ଟିରେ ୧ ଲକ୍ଷ ଲେଖାଏଁ ଜିତିଛ ବୋଲି କହିଥିଲେ । ସାଦିକ ପାଦ ତଳୁ ଗୋଡ ଖସି ଯାଇଥିଲା । ତା’ପାଖରେ ସେ ଟିକେଟ ନ ଥିଲା । ବ୍ୟସ୍ତ ବିବ୍ରତ ହୋଇ ଅଳିଆ ଡବା ନିକଟକୁ ଗଲା ତା’ ଭାଗ୍ୟ ଭଲ ଥିବାରୁ ଟିକେଟ ସେମିତି ସେ ଡବାରେ ପଡି ରହିଥିଲା । ସାଦିକ ଏବଂ ତା’ପରିବାର ବର୍ଗ ଏବେ ସେହି ଲଟେରୀ ଟଙ୍କାକୁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.