Latest Odisha News

BREAKING NEWS

ବିପଦପୂର୍ଣ୍ଣ ମୋମୋ ନ’ଖେଳିବା ଲାଗି ‘ଆପଣଙ୍କ ପୋଲିସଙ୍କୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆରେ ଏବେ ବିପଦଜନକ ମୋମୋ ଖେଳର ପ୍ରାଦୁର୍ଭାବରେ ଭାରତରେ ଜୀବନହାନୀ ଘଟୁଛି । ତେବେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ଏହି ବିପଦଜନକ ଖେଳରୁ ତ୍ରାହି ପାଇବା ଲାଗି ଦୃଢ ପଦକ୍ଷେପ ନେଇଛନ୍ତି ଓଡ଼ିଶା ପୋଲିସ । ଶନିବାର ଦିନ କମିଶନରେଟ୍ ପୋଲିସ ପକ୍ଷରୁ ନନ୍ଦନକାନନ ପୋଲିସ ଷ୍ଟେସନରେ ସ୍କୁଲ ପିଲାମାନଙ୍କୁ ଏହି ଖେଳ ନଖେଳିବା ଲାଗି ‘ଆପଣଙ୍କ ପୋଲସକୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି, “ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ମୋମୋ ଖେଳ ଲାଗି ଯେପରି ଜୀବନ ହାରୁଛନ୍ତି ତାହାର ଅପକାରିତା ସମ୍ପର୍କରେ ଅବଗତ ହୋଇପାରିବେ । ଏପରିକି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ମୋବାଇଲରେ ମୋମୋ ଖେଳକୁ ଇନଷ୍ଟାଲ ନକରିପାରିବାର କୌଶଳ ମଧ୍ୟ ଶିଖିପାରିବେ ।”

 

ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ରଛାତ୍ରୀ ନନ୍ଦନକାନନ ପୋଲିସ ଷ୍ଟେସନକୁ ନିମନ୍ତ୍ରିତ ହୋଇଥିଲେ । ସେହିପରି ୟୁନିଟ-୧ ସ୍କୁଲର ଛାତ୍ରଛାତ୍ରୀ କ୍ୟାପିଟାଲ ପୋଲିସ ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଦୀର୍ଘ ୪୫ ମିନିଟ ଧରି ପୋଲିସ ଅଧିକାରୀଙ୍କ ଦ୍ୱାରା ଏହି ଖେଳର ବିପଦପୂର୍ଣ୍ଣ ଦିଗ ସମ୍ପର୍କରେ ପିଲାମାନେ ଅବଗତ ହୋଇଥିଲେ ।

ପିଲାମାନେ ମଧ୍ୟ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଦ୍ୱାରା ସମାଜ ପ୍ରତି ସେମାନଙ୍କର ଦାୟିତ୍ୱବୋଧ ସମ୍ପର୍କରେ ଶିକ୍ଷାଲାଭ କରିପାରିଥିଲେ ।

Leave A Reply

Your email address will not be published.