Latest Odisha News

BREAKING NEWS

‘ସୋଆ’ ଛାତ୍ରଛାତ୍ରୀଙ୍କ ଦ୍ୱାରା ବସ୍ତିପିଲାଙ୍କ ଲାଗି ଆରମ୍ଭ ହେଲା ‘ଜାଗୋ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବସ୍ତିର ପିଲାମାନଙ୍କୁ ପାଠପଢାଇବା ସଙ୍ଗେସଙ୍ଗେ ସଙ୍ଗୀତ ଓ ନୃତ୍ୟ ଆଦି ଶିଖାଇବା ପାଇଁ ଏକ ଅଭିନବ ଅଭିଯାନ ହାତକୁ ନେଇଛନ୍ତି ‘ଶିକ୍ଷା ଓ ଅନୁସନ୍ଧାନ’ର ଛାତ୍ରଛାତ୍ରୀମାନେ ।

ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ୭ ରୁ ୮ଟି ବସ୍ତିର ପିଲାମାନେ ନିଜକୁ କିଭଳି ପାଠପଢା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ସମାଜରେ ଆଗକୁ ବଢିପାରିବେ ସେଥିପାଇଁ ସୋଆର ଛାତ୍ରଛାତ୍ରୀମାନେ ‘ଜାଗୋ’ ନାମକ ଏକ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ ଜାଗୋ ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସହିତ ପରିଚିତ ହେବା ନିମନ୍ତେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶୁକ୍ରବାର ଆଇଟିଇଆର୍ ପରିସରରେ ଏକ ବିଶେଷ ଅନୁଷ୍ଠାନର ଆୟୋଜନ କରାଯାଇଥିଲା ।

ତେବେ ୨୦୦୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇପାରିଛନ୍ତି । ଏଥିସହିତ ପାଖାପଖି ବସ୍ତିର ପିଲାମାନଙ୍କୁ ବସ ଯୋଗେ ଆଇଟିଇଆର କ୍ୟାମ୍ପସକୁ ଅଣାଯାଇ ସେଠାରେ ପାଠପଢା ସହିତ ନୃତ୍ୟ ଓ ସଙ୍ଗୀତ ମଧ୍ୟ ଶିକ୍ଷା ଦିଆଯାଇଥାଏ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୭୦ଜଣ ପିଲା ଏଠାରେ ପଢୁଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ଆଇଟିଇଆରର ଡିନ୍ ପ୍ରଫେସର ପିକେ ସାହୁ, ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଂଜନ ଦାସଙ୍କ ସମେତ ମୁଖ୍ୟ ଅତିଥି ଭାବେ ସୋଆର ଉପ-ସଭାପତି ଶାଶ୍ୱତି ଦାସ ଯୋଗଦେଇଥିଲେ ।

Leave A Reply

Your email address will not be published.