Latest Odisha News

BREAKING NEWS

ଅର୍ଚ୍ଚନା କେସରେ ଇଡି ସମନ କରିଥିବା ୧୨ ଜଣଙ୍କୁ ଜାଣିଛି: ଜୟନାରାୟଣ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବଡ଼ ବଡ଼ିଆଙ୍କ ଲିଙ୍କ୍ ରହିଛି। ତେବେ ଏହି ବଡ଼ ବଡ଼ିଆ କିଏ ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇଡି ମଧ୍ୟ ୧୨ ଜଣଙ୍କୁ ନୋଟିସ୍ ପଠାଇ ହାଜର ହେବାକୁ କହିଥିବା ସୂଚନା ମିଳିଛି। ଏହାରି ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେଉଁମାନଙ୍କୁ ନୋଟିସ୍ ହୋଇଛି ସେ ଜାଣିଛନ୍ତି। ସେପଟେ କଂଗ୍ରେସ  ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଇଡିର ନୋଟିସକୁ ସ୍ୱାଗତ କରିଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, ଏହି ମାମଲାରେ ଅନେକ ବଡ଼ ବଡ଼ିଆ ନେତା ଏବଂ ଆଇଏଏସ ଓ ଆଇପିଏସ ରହିଛନ୍ତି। ଯେଉଁମାନଙ୍କୁ ନୋଟିସ୍ କରିଛି ଇଡି ସେମାନଙ୍କୁ ଜାଣିଛି। କିନ୍ତୁ ତାଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ତାଙ୍କ ନାମ ଗଣମାଧ୍ୟମରେ କହିବା ଉଚିତ ମନେ ହେଉନାହିଁ ବୋଲି କହିଛନ୍ତି। ତଦନ୍ତ ବେଳେ ସବୁକିଛି ସାମ୍ନାକୁ ଆସିଯିବ। ତେବେ ଯେହେତୁ ଇଡି ତଦନ୍ତ କରୁଛି ତେଣୁ ଏହାକୁ ବିଧାନସଭାରେ ଉଠାଇବା ଠିକ୍ ହେବନି। ଏମିତି ହେଲେ ତଦନ୍ତ ପ୍ରଭାବିତ ହୋଇପାରେ। ଯଦି ମାମଲାର ତଦନ୍ତ ହେଉନଥାନ୍ତା ତାହେଲେ ବିଧାନସଭାରେ ତାଙ୍କ ଦଳ ଉଠାଇଥାନ୍ତା ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ଇଡିର ତଦନ୍ତକୁ ସ୍ୱାଗତ କରୁଛି। ହେଲେ ଚିଟଫଣ୍ଡ ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଯେଉଁ ଟ୍ରାକ ରେକର୍ଡ ରହିଛି ସେଭଳି ତଦନ୍ତ ନହେଉ। ଇଡ଼ି ସଠିକ ଭାବେ ତଦନ୍ତ କରୁ। ଅନେକ ବଡ଼ ବଡ଼ ବଡ଼ିଆଙ୍କର ଏଥିରେ ସମ୍ପୃକ୍ତି ରହିଛି । ଏହା ରାଜ୍ୟର ସବୁଠୁ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ। ବିଧାନସଭାରେ ଏପରି ସେକ୍ସ ସ୍କାଣ୍ଡଲର ଆଲୋଚନା ହେବାର ଆବଶ୍ୟକତା ରହିଛି।

ସେହିପରି ରାଜସ୍ବ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯାହାଙ୍କୁ ନୋଟିସ ହେବା କଥା ହେଉ। ଯିଏ ଦୋଷ କରିଥିବ ସେ ଦଣ୍ଡ ପାଇବା ଉଚିତ।

ଉଲ୍ଲେଖଯୋଗ୍ଯ, ଆରମ୍ଭ ହେବାକୁ ଥିବା ଶୀତ କାଳୀନ ଅଧିବେଶନରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇବେ ବୋଲି ଉଭୟ ବିଜେପି ଓ କଂଗ୍ରେସ ସହମତି ପ୍ରକାଶ କରିଥିଲେ। ବିଧାୟକ ନରସିଂହ ମିଶ୍ର କହିଥିଲେ ବିଧାନସଭାରେ ଯିଏ ଏ ପ୍ରସଙ୍ଗ ନଉଠାଇବ ଜଣାପଡିଯିବ ସେହି ଦଳ ଅର୍ଚ୍ଚନା ନାଗ ମାମଲାରେ ଫସିଛି।

Leave A Reply

Your email address will not be published.