Latest Odisha News

BREAKING NEWS

ଏଣିକି ମେଟ୍ରୋ ଟ୍ରେନ୍‌ରେ ବି ଯାଇପାରିବ ସାଇକେଲ୍‌

ନୂଆଦିଲ୍ଲୀ: କୋଚି ମେଟ୍ରୋ ସହରର ଯାତ୍ରୀମାନଙ୍କୁ ମେଟ୍ରୋ ଭିତରେ ସାଇକେଲ ନେବାକୁ ଅନୁମତି ଦେଇଛି। ସାଇକେଲ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରି ଅଧିକାରୀ କହିଛନ୍ତି ଯେ କୋଚି ମେଟ୍ରୋ ପ୍ରାରମ୍ଭରେ ଚାଙ୍ଗମ୍‌ମୁଜା ପାର୍କ, ପାଲାରିଭାଟମ୍, ଟାଉନ୍ ହଲ୍, ଏର୍ନାକୁଲମ୍ ସାଉଥ୍, ମହାରାଜା କଲେଜ ଏବଂ ଏର୍ଣ୍ଣାକୁଲମ୍ ମେଟ୍ରୋ ଷ୍ଟେସନ ସମେତ ୬ଟି ଷ୍ଟେସନରୁ ସାଇକେଲ ପ୍ରବେଶ କରିବାକୁ ଅନୁମତି ଦେବ।

ସମ୍ପ୍ରତି, ପ୍ରବେଶ ଏବଂ ପ୍ରସ୍ଥାନ ପ୍ରକ୍ରିୟା ଏହି ୬ଟି ଷ୍ଟେସନରେ ସୀମିତ ରହିବ। ଯଦି ମେଟ୍ରୋ ଷ୍ଟେସନରେ ଏହି ସେବାର ଚାହିଦା ରହେ ତେବେ ଏହି ସେବା ସମସ୍ତ ଷ୍ଟେସନକୁ ବିସ୍ତାର କରାଯିବ।

କୋଚି ମେଟ୍ରୋ ଏମଡି ଅଲକେଶ କୁମାର ଶର୍ମା କହିଛନ୍ତି ଯେ ଅଣ-ମୋଟର ପରିବହନ ସହିତ ଏଣ୍ଡ-ଟୁ-ଏଣ୍ଡ ସଂଯୋଗକୁ ଅନୁମତି ଦେବା ଏବଂ ସୁସ୍ଥ ଜୀବନଶଶୈଳୀକୁ ଉତ୍ସାହିତ କରିବା ପାଇଁ ମେଟ୍ରୋ ଭିତରେ ସାଇକେଲ ପ୍ରବେଶକୁ ଅନୁମତି ଦିଆଯାଇଛି। ଯାହାଦ୍ୱାରା ଲୋକମାନେ ଫିଟନେସ୍ ଏବଂ ବ୍ୟାୟାମର ମହତ୍ତ୍ୱ ବିଷୟରେ ଅବଗତ ହୋଇପାରିବେ। ଏହି ନିଷ୍ପତ୍ତି ଲୋକଙ୍କୁ ସାଇକେଲ ବ୍ୟବହାର କରିବାକୁ ଉତ୍ସାହିତ କରିବ। ସାଇକେଲ ଚାଳକମାନେ ଷ୍ଟେସନରେ ଲିଫ୍ଟ ମଧ୍ୟ ବ୍ୟବହାର କରିପାରିବେ।

Leave A Reply

Your email address will not be published.