Latest Odisha News

BREAKING NEWS

ବାଜୁଥିଲା ପିୟାନୋ, ଚାଲିଥିଲା ସର୍ଜରୀ !

ଭୁବନେଶ୍ୱର: ସାଧାରଣତଃ ଅପରେଶନ ଥିଏଟରରେ ସର୍ଜରୀ ସମୟରେ ଅନେକ ବୈଜ୍ଞାନିକ ଉପକରଣର ଶବ୍ଦ ଶୁଣିବାକୁ ମିଳିଥାଏ । ହେଲେ ଜଣେ ନାବାଳକର ସର୍ଜରୀ ସମୟରେ କିନ୍ତୁ ବ୍ୟତିକ୍ରିମ ଘଟିଥିଲା । ବୈଜ୍ଞାନିକ ଉପକରଣର ଶବ୍ଦ ବଦଳରେ ଶୁଭିଥିଲା ପିୟାନୋର ସୁମଧୁର ସଙ୍ଗୀତ । ଫଳରେ ସର୍ଜରୀ ସଫଳ ହେବା ସହ ପିଲାଟି ମଧ୍ୟ ସୁସ୍ଥ ଥିବା ଜଣାପଡିଛି ।

ସୋମବାର ଇଟାଲୀରେ ଜଣେ ଛୋଟ ପିଲାର ଅପରେଶନ ପାଇଁ ଡାକ୍ତରୀ ଦଳ ଏକ ଅଭିନବ ଉପାୟର ଅବଲମ୍ବନ କରିଥିଲେ । ଅପରେଶନ୍ ଟେବୁଲ୍ ପାଖରେ ଥିବା ଏକ ପିୟନୋକୁ ଜଣେ ନର୍ସ କ୍ରମାଗତ ବଜାଇ ଚାଲିଥିଲେ ।

ନ୍ୟୁରୋସର୍ଜରୀ ଡାକ୍ତର ରୋବର୍ଟୋ ଟ୍ରିଗନୀ ଏଙ୍କୋନା ନିଜ ଦଳ ସହ ସେହି ଛୋଟ ପିଲାର ମେରୁଦଣ୍ଡରେ ଅପରେଶନ କରିଥିଲେ । ମେରୁଦଣ୍ଡରେ ଟ୍ୟୁମର୍ ହୋଇଥିଲାବେଳେ ପିଲାଟିର ଧ୍ୟାନକୁ ଅପରେଶନରୁ ଆଡେଇବା ପାଇଁ ଡାକ୍ତରୀ ଦଳ ପିୟାନୋର ସାହାରା ନେଇଥିଲେ ।

ଦୀର୍ଘ ୪ ଘଣ୍ଟା ଧରି ଅପରେଶନ ଚାଲିଥିଲେ ବି ଥକି ନଥିଲେ ପିୟାନୋକୁ ବଜାଉଥିବା ନର୍ସ ଏମିଲିୟାନୋ ଟୋସୋ । ଅନ୍ୟପଟେ ମନିଟର୍ ଜରିଆରେ ପିଲାଟିର ମସ୍ତିଷ୍କରେ ଚାଲିଥିବା ଗତିବିଧୀ ଉପରେ ମଧ୍ୟ ନଜର ରଖାଯାଇଥିଲା । ପିୟୋନାର ସଙ୍ଗୀତ ହିଁ ପିଲାଟିର ଧ୍ୟାନକୁ ନିଜ ଆଡକୁ ଟାଣିବାରେ ସଫଳ ହୋଇଥିଲା । ଫଳରେ ଅପରେଶନ ସଫଳ ହେବା ସହ ପିଲାଟି ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.