Latest Odisha News

କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି: ଆଗକୁ ବର୍ଷା, ଲୋକେ ଆତଙ୍କିତ

ଧାମନଗର/ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି । ଗୋପବନ୍ଧୁ ନଗର ନିକଟବର୍ତ୍ତୀ ତରେଇସାହି ଗ୍ରାମ ନିକଟରେ କୋଚିଳା ନଦୀବନ୍ଧରେ ଦେଖା ଦେଇଛି ପ୍ରାୟ ୫୦ ଫୁଟର ଫାଟ ।

ଆଗକୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏବେ ନଦୀବନ୍ଧ ନିକଟବର୍ତ୍ତୀ ଗୋପବନ୍ଧୁ ନଗର ଓ ତରେଇସାହି ଗ୍ରାମର ବାସିନ୍ଦାମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଆଗାମୀ ୨୯ ତାରିଖରେ ବର୍ଷା ଓ ବନ୍ୟାଜଳ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଫାଟ ସୃଷ୍ଟି ହୋଇଥିବା ନଦୀବନ୍ଧକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କିମ୍ବା ବାଲି ପ୍ୟାକିଂ କରାନଗଲେ ନଦୀବନ୍ଧ ଭାଙ୍ଗି ଅନେକ କୋଚିଳା ନଦୀ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବ ।

ବିଶେଷ ସୂତ୍ରରୁ ଜଣାପଡ଼ିଛି, କୋଚିଳା ନଦୀବନ୍ଧରେ ୫୦ ଫୁଟର ଫାଟ ସୃଷ୍ଟି ହେବା ଖବର ପାଇ ଘଟଣାସ୍ଥଳରେ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

ନଦୀବନ୍ଧରେ ସୃଷ୍ଟି ହୋଇଥିବା ଏହି ଫାଟର ତୁରନ୍ତ ମରାମତି ଲାଗି ଗୋପବନ୍ଧୁ ନଗର ଓ ତରେଇସାହି ଗ୍ରାମର ଶତାଧିକ ଅଧିବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.