Latest Odisha News

BREAKING NEWS

ରୋହିତ, କୋହଲିଙ୍କ ଏହା ହୋଇପାରେ ବିଦାୟକାଳୀନ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହା ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଦାୟକାଳୀନ ସିରିଜ ହେବାକୁ ଯାଉଛି କହିଲେ ଭୁଲ ହେବନି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବା ପରେ ଏବେ ଅନୁମାନ ପ୍ରଶଂସକଙ୍କୁ ନିରାଶ କରିଛି । ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଉଭୟ ଖେଳାଳି ପୂର୍ବରୁ ଅବସର ଘୋଷଣା କରି ସାରିଛନ୍ତିି । ଦୁଇ ଷ୍ଟାର ଖେଳାଳି ୨୦୨୭ ବିଶ୍ୱକପ ଖେଳିବା ସେମାନଙ୍କ ଶେଷ ସ୍ୱପ୍ନ ବୋଲି କହିଥିଲେ । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ ସ୍ପଷ୍ଟ ଭାବେ କହିଛନ୍ତି ରୋହିତ ଓ କୋହଲି ବିଶ୍ୱକପ ଖେଳିବା ସମ୍ପର୍କରେ ସ୍ପଷ୍ଟ ନିଷ୍ପତି ଜଣାଇ ନାହାନ୍ତି । ସେମାନେ ବୋଧହୁଏ ଏଥିପାଇଁ ମନ ବଳାଇ ନାହାନ୍ତି ବୋଲି ଅଗରକର କହିଛନ୍ତି ।

ତେବେ ଏହା କଣ ସେମାନଙ୍କ ବିଦାୟୀ ସିରିଜ କି ? ପ୍ରଶ୍ନର ଉତର ସେ ଚତୁରତାର ସହ ଏଡାଇ ଦେଇଥିଲେ । ଏହା ଗୁଜବ ୋଇପାରେ କାରଣ କୋହଲି କିମ୍ବା ରୋହିତ ଏ ସମ୍ପର୍କରେ କିଛି କହି ନାହାନ୍ତି । ଯଦି କୌଣସି ଖେଳାଳି ଆନ୍ତର୍ଜାତୀୟ କ୍ରିକେଟ ଖେଳନି ତେବେ ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପଡିବ ବୋଲି ଅଗରକର ଦୃଢ଼ତା ସହକାରେ କିଛି ଦିନ ତଳେ କହିଥିଲେ । ରୋହିତ ଓ କୋହଲିଙ୍କୁ ବୋଧହୁଏ ଏହା ଗ୍ରହଣୀୟ ହୋଇ ନ ଥିବ । ତେବେ ସେମାନେ କୌଣସି ପ୍ରକାରର ଘୋଷଣା କରି ନ ଥିବାରୁ ଅଷ୍ଟ୍ରେଲିଆ ସିରିଜ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବ ।

Comments are closed.