ଅହମ୍ମଦାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ବିରାଟ କୋହଲି ଚମତ୍କାର ଶତକ ହାସଲ କରିଛନ୍ତି । ୧୨୦୫ ଦିନ ପରେ କୋହଲି ହାସଲ କରିଥିବା ଏହି ଶତକକୁ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସମର୍ପିତ କରିଛନ୍ତି । ତେବେ କୋହଲିଙ୍କୁ ନେଇ ଅନୁଷ୍କା ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି କୋହଲିଙ୍କ ଦେହ ଭଲ ନ ଥିଲା । ଏହା ସତ୍ୱେ ସେ ସଂଯମତା ସହକାରେ ସ୍ମରଣୀୟ ଇନିଂସ ଖେଳିଛନ୍ତି । ଏହା ମୋତେ ପ୍ରେରଣା ଯୋଗାଇଛି ବୋଲି ସେ କହିଛନ୍ତି । ଅନୁଷ୍କା ସୋସିଆଲ ମିଡିଆରେ ଏହାର ସୂଚନା ଦେବା ପରେ ପ୍ରଶଂସକଙ୍କ କିଙ୍ଗ କୋହଲିଙ୍କ ପ୍ରତି ଆହୁରି ସମ୍ମାନ ଓ ଭଲ ପାଇବା ବଢ଼ିଯାଇଛି ।
କୋହଲି ତାଙ୍କ ଶତକ ହାସଲ ପାଇଁ ୨୪୧ ବଲର ସମ୍ମୁଖୀନ ହୋଇଥିଲେ । ଏହା ତାଙ୍କର ଦ୍ୱିତୀୟ ଧୀମା ଶତକ । ଇଂଲଣ୍ଡ ବିପକ୍ଷରେ ନାଗପୁରରେ ସେ ୨୮୯ ବଲର ସମ୍ମୁଖୀନ ହୋଇଥିଲେ । କୋହଲି ୨୩ ନଭେମ୍ବର ୨୦୧୯ରେ ଶେଷ ଥର ପାଇଁ ଟେଷ୍ଟ ଶତକ ହାସଲ କରିଥିଲେ । ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ୭୫ତମ ଶତକ ଥିଲା ।
Comments are closed.