Latest Odisha News

BREAKING NEWS

ଭାରତର ଗଣତନ୍ତ୍ରକୁ ନେଇ ବ୍ରିଟେନ୍‌ରେ ରାହୁଲଙ୍କ ବୟାନକୁ ନିନ୍ଦା କଲେ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ବ୍ରିଟେନ୍ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ନେଇ ଦେଇଥିବା ବୟାନକୁ ନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରକୁ ନେଇ ଲଣ୍ଡନରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ରବିବାର କର୍ଣ୍ଣାଟକର ହୁବୁଳି ଧରୱାଡ଼ ଗସ୍ତରେ ଯାଇ ଏକାଧିକ ପ୍ରୋଜେକ୍ଟର ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ସେ ଜନତାଙ୍କୁ ସମ୍ବୋଧନ କରି ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

BjdElectrycity

ଭାରତର ଗଣତନ୍ତ୍ର ସବୁଠାରୁ ବଡ଼ ଓ ସବୁ ଦେଶର ଗଣତନ୍ତ୍ରର ଜନନୀ ବୋଲି କହିଛନ୍ତି ମୋଦୀ। ସେ କହିଛନ୍ତି “ ଭାରତ କେବଳ ବଡ଼ ଗଣତନ୍ତ୍ର ନୁହେଁ ବରଂ ଏହା ଗଣନ୍ତ୍ରର ଜନନୀ। କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଲଣ୍ଡନରେ ଭାରତୀୟ ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠୁଛି। କିଛି ଲୋକ ନିୟମିତ ଭାବେ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇ ଚାଲିଛନ୍ତି। ବିଶ୍ୱର କୌଣସି ଶକ୍ତି ନାହିଁ ଯେ ଭାରତୀୟ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇପାରିବେ ନାହିଁ। କିନ୍ତୁ କିଛି ଲୋକୋ ଏହାକୁ କାଠଗଡ଼ାରେ ଛିଡ଼ା କରୁଛନ୍ତି।”

ସୂଚନା ଥାଉକି ଗତ ସପ୍ତାହରେ ରାହୁଲ ଗାନ୍ଧୀ ବ୍ରିଟେନ୍ ପାର୍ଲାମେଣ୍ଟରେ ଭାଷଣ ଦେଇ ଭାରତୀୟ ଲୋକସଭାରେ ବିରୋଧୀଙ୍କ ଅବସ୍ଥା ନେଇ ପ୍ରଶ୍ନ ଉଠାଇଥିଲେ। ଲୋକସଭାରେ ବିରୋଧୀଙ୍କ ମାଇକ୍ରୋଫୋନ୍‌ ଅନେକ ସମୟରେ ସାଇଲେନ୍ସ ରଖାଯାଉଛି। କେବଳ ସେତିକି ନୁହେଁ, ଭାରତରେ ଗଣତନ୍ତ୍ରର ଢାଞ୍ଚା ଉପରେ ବି ଆକ୍ରମଣ କରାଯାଉଛି ବୋଲି ରାହୁଲା ଗାନ୍ଧୀ କହିଛନ୍ତି। କେନ୍ଦ୍ରର ସରକାର ମିଡିଆ, ନ୍ୟାୟପାଳିକା ଓ ଦେଶର ସମସ୍ତ ସଂସ୍ଥାକୁ ଆୟତ କରିଛନ୍ତି ବୋଲି ରାହୁଲ କହିଥିଲେ।

Leave A Reply

Your email address will not be published.