Latest Odisha News

ଆଇପିଏଲରେ ଆଉ ଏକ କୀର୍ତିମାନ କଲେ କୋହଲି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲର ୧୦ଟି ସଂସ୍କରଣରେ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଚଳିତ ସଂସ୍କରଣରେ ବି ସେ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରି ସାରିଛନ୍ତି । ଏହା ପୂର୍ବରୁ ୨୦୧୧ରେ ୫୫୭, ୨୦୧୩ରେ ୬୩୪, ୨୦୧୫ରେ ୫୦୫, ୨୦୧୬ରେ ୯୭୩, ୨୦୧୮ରେ ୫୩୦, ୨୦୧୯ରେ ୪୬୪, ୨୦୨୦ରେ ୪୬୬, ୨୦୨୧ରେ ୪୦୫ ଓ ୨୦୨୩ରେ ୬୩୯ ରନ ସଂଗ୍ରହ କରିଥିଲେ ।

ଟି୨୦ ବିଶ୍ୱକପ ପୂର୍ବରୁ କୋହଲି ଚଳିତ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ବେଙ୍ଗାଲୁରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋହଲି ୪୩ ବଲରୁ ୫୧ ରନ ସଂଗ୍ରହ କରିଥିଲେ ।

Comments are closed.