Latest Odisha News

ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଦରକାର ୬ରନ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଉ ୬ରନ ସଂଗ୍ରହ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ କୋହଲି ଭାରତୀୟ ମାଟିରେ କମ ମ୍ୟାଚରେ ୫୦୦୦ ରନ ହାସଲ କରିବା ଗୌରବ ଅର୍ଜନ କରିବେ । ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା ସେ ୧୨୧ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ । କୋହଲି ଏ ପର୍ଯ୍ୟନ୍ତ ମାତ୍ର ୯୮ ମ୍ୟାଚ ଖେଳ ୯୫ ଇନିଂସରେ ୪୯୯୪ ରନ ସଂଗ୍ରହ କରିଛନ୍ତି ।

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ବିଦେଶ ମାଟିରେ ସର୍ବାଧିକ ରନ ସଂଗ୍ରହ କରିଥିବା ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିଥିଲେ । ସଚିନ ୧୪୭ ଦିନିକିଆରେ ୫୦୬୫ ରନ କରିଥିଲେ ।

Comments are closed, but trackbacks and pingbacks are open.