Latest Odisha News

BREAKING NEWS

ବିରାଟ କୋହଲି ପାସ କଲେ ୟୋ ୟୋ ଟେଷ୍ଟ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ସପ୍ତାହଠାରୁ କମ ସମୟ ରହିଛି । ୩୦ ଅଗଷ୍ଟ ଏହି ମେଗା ଇଭେଂଟ ଆରମ୍ଭ ହେବ । ଏସିଆ କପ ପାଇଁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ଏକ ୬ ଦିନିକିଆ କ୍ୟାମ୍ପ ଆୟୋଜିତ ହୋଇଛି । ଏହି କ୍ୟାମ୍ପରେ ଖେଳାଳିଙ୍କ ଫିଟନେସ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ୟାମ୍ପରେ କୋଚ ରାହୁଲ ଡ୍ରାଭିଡ ଏବଂ ଅନ୍ୟ ଖେଳାଳିମାନେ ଖୁବ ଶୀଘ୍ର ଯୋଗଦେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏହି ଶିବିରରେ ଆୟୋଜିତ ୟୋ ୟୋ ଟେଷ୍ଟକୁ ସଫଳତାର ସହ ପାସ କରିଛନ୍ତି । ଏଥିସହ ସେ ଫିଟ ଖେଳାଳି ଭାବେ ପୁନର୍ବାର ପ୍ରମାଣିତ କରିଛନ୍ତି । କୋହଲି ଏହି ଟେଷ୍ଟରେ ୧୭.୨ ପଂଏଟ ସ୍କୋର କରିଛନ୍ତି । ଇନଷ୍ଟାଗ୍ରାମରେ ମଧ୍ୟ ସେ ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି ।

ତେବେ ଅନ୍ୟ ଖେଳାଳିଙ୍କ ୟୋ ୟୋ ଟେଷ୍ଟ ସମ୍ପର୍କରେ ସୂଚନା ହସ୍ତଗତ ହୋଇ ନାହିଁ । ଆଗକୁ ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହେବାକୁ ଥିବାcରୁ ବିସିସିଆଇ ଫର୍ମ ଏବଂ ଫିଟନେସ ଥିବା ଖେଳାଳିଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି । ଅତି କମରେ ଏହି ଟେଷ୍ଟରେ ପାସ ହେବା ପାଇଁ ୧୬.୫ ମାନଦଣ୍ଡ ସ୍ଥିର କରାଯାଇଛି ।

Leave A Reply

Your email address will not be published.