Latest Odisha News

BREAKING NEWS

ନବୀନ ନିବାସ ସମ୍ମୁଖରେ ପରିବାରର ୬ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାର ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ସମ୍ଭାଳିବାକୁ ଯାଇ ପୋଲିସକୁ ନାକେଦମ ହେବାକୁ ପଡିଛି।

୨୦୨୨ରେ  ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଏକ ଯୁବକ ଦୈତ୍ୟରାଜ୍ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ପୋଲିସ କାହାରିକୁ ଗିରଫ କରି ନ ଥିଲା। ପରିବାର ଲୋକଙ୍କ ବାରମ୍ବାର ଆନ୍ଦୋଳନ ପରେ ପୋଲିସ ଗତ ୧୫  ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଛନ୍ତି । ଏପରିକି ସେମାନେ ପରିବାର ଲୋକଙ୍କୁ ଆକ୍ରମଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏପରିକି ଡ୍ରଗସ୍ କାରବାରରେ ହତ୍ୟା ଅଭିଯୁକ୍ତ ମାନେ ସଂପୃକ୍ତ ଥିବା ବେଳେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଅନ୍ୟପକ୍ଷେ ପରିବାର ଲୋକଙ୍କୁ ନାହିଁ ନ ଥିବା ହଇରାଣ କରୁଛି । ଏପରିକି ମୃତ ଦୈତରାଜଙ୍କ ମା ଏବଂ ଭାଇକୁ ଥାନାରେ ଦିନ ଦିନ ରଖୁଥିବା ନେଇ ପରିବାର ଲାେକେ ଅଭିଯୋଗ କରିଛନ୍ତି । ଯଦି ନ୍ୟାୟ ନ ମିଳିବ ତେବେ ଆମକୁ ମାରିଦିବ ବୋଲି ସେମାନେ ନେହୁରା ହେଉଥିବା ଦେଖିବାକୁ ମିଳିଛି ।

ଦୈତରାଜଙ୍କ ବାପା ପୁଅର କାନ୍ଦି କାନ୍ଦି ଅଗଷ୍ଟ ମାସରୁ ଖାଇ ନ ଥିବା କହିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନ୍ୟାୟ ମାଗିଛନ୍ତି । ଯଦି ନ୍ୟାୟ ନ ମିଳିବ ତେବେ ସାରା ପରିବାର  ନବୀନ ନିବାସ ଆଗରେ ଆତ୍ମହୁତି କରିବେ ବୋଲି କାନ୍ଦି କାନ୍ଦି କହୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.