Latest Odisha News

BREAKING NEWS

ସମାଲୋଚକଙ୍କ ଉପରେ ରାଗିଗଲେ କୋହଲି

ଅହମ୍ମଦାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୪୪ ବଲରେ ୬ ଚୌକା ଓ ୩ ଛକା ବଳରେ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପୂର୍ବ ମ୍ୟାଚରେ କୋହଲି ୪୩ ବଲରେ ୫୧ ରନ କରିବା ପରେ ତାଙ୍କ ଷ୍ଟ୍ରାଇକ ରେଟ ନେଇ ପ୍ରଶ୍ନ ଉଠିଥିଲା । ଗୁଜରାଟ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପରେ କୋହଲି ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ମୋ ଷ୍ଟ୍ରାଇକ ରେଟ ଓ ସ୍ପିନ ବୋଲରଙ୍କ ବିପକ୍ଷରେ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠୁଛି । ସେମାନେ ତଥ୍ୟ ଦେଖି ଏହା କହୁଥିବେ ମାତ୍ର ମୋ ପାଇଁ ଟିମ ଜିତିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୧୫ ବର୍ଷ ହେବ ଏହା କରି ଆସୁଛି ଓ ଆଗକୁ ବି କରିବି ।

ତଥ୍ୟ ଦେଖିଲେ ଏ ସମ୍ପର୍କରେ ମଧ୍ୟ ସକାରାତ୍ମକ ଫଳ ମିଳିବ । କମେଂଟରୀ ବକ୍ସରେ ବସି କହିବା ସବୁଠାରୁ ସହଜ । ପଡିଆରେ ଯିଏ ଖେଳେ ସେ ପ୍ରକୃତରେ ଜାଣେ ସେଠାରେ କଣ ଘଟୁଛି ବୋଲି କୋହଲି କହିଛନ୍ତି । ସୂଚନାଯୋଗ୍ୟ, ଖୁବ ଶୀଘ୍ର ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରାଯିବ । କୋହଲିଙ୍କ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ କେତେଜଣ ତାଙ୍କ ଷ୍ଟ୍ରାଇକ ରେଟ ନେଇ ସଂଶୟ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.