Latest Odisha News

BREAKING NEWS

ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଆଇଆଇଟି ଛାତ୍ରଙ୍କୁ କ୍ଷମା କଲେ କୋହଲି

ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଯୁବକକୁ ଦୋଷମୁକ୍ତ କରିଛି । ଅଭିଯୁକ୍ତଙ୍କ ଉପରେ ଲଗା ଯାଇଥିବା ମାମଲାକୁ ଖାରଜ କରି ଦିଆଯାଇଛି । କୋହଲି ଓ ଅନୁଷ୍କା ଉକ୍ତ ଅଭିଯୁକ୍ତଙ୍କୁ କ୍ଷମା ପ୍ରଦାନ କରିଛନ୍ତି । ୨୦୨୧ ଟି୨୦ ବିଶ୍ୱକପରେ ପାକିସ୍ତାନ ନିକଟରୁ ଭାରତ ହାରିବା ପରେ ଏହି ଆଇଆଇଟି ଗ୍ରାଜୁଏଟ ଜଣଙ୍କ ସୋସିଆଲ ମିଡିଆରେ ଉପରୋକ୍ତ ଧମକ ଦେଇଥିଲେ । ନଭେମ୍ବର ୮ରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇଥିଲା । ଏହାର ୯ ଦିନ ପରେ ଯୁବକଜଣଙ୍କୁ ଜାମିନ ମିଳିଥିଲା ।

ବମ୍ବେ ହାଇକୋର୍ଟରେ ସେ ଆବେଦନ କରିଥିଲେ ଯେ, ମୁଁ ଜଣେ ଜେଇଇ ଟପର । ମୋତେ ମୋ କ୍ୟାରିୟର ଚିନ୍ତା ଖାଉଛି । ବିଦେଶରେ ଚାକିରୀ କରିବାକୁ ଚାହୁଁଥିଲେ ମଧ୍ୟ କେସ ଯୋଗୁ ଏହା ସମ୍ଭବ ହୋଇପାରୁ ନାହିଁ । ଏହି ଆବେଦନ ପରେ କୋହଲି ଏବଂ ଅନୁଷ୍କା ସମ୍ପୃକ୍ତଙ୍କୁ ଯୁବକଙ୍କୁ କ୍ଷମା କରିବା ସହ କେସ ପ୍ରତ୍ୟାହାର କରି ନେଇଥିଲେ ।

Leave A Reply

Your email address will not be published.