Latest Odisha News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼, ଆକ୍ରମଣକାରୀ ସହ ୫ ଆହତ

ଜଗତସିଂହପୁର (ତାରପଦ ମହାନ୍ତି): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି । ଏସିଡ୍ ମାଡ଼ରେ ଆକ୍ରମଣକାରୀ ସହ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବିପିନ ବିହାରୀ ପଣ୍ଡା, ଆଶାଲତା ପଣ୍ଡା ଓ  ଝିଅ ଜୟଶ୍ରୀ ପଣ୍ଡାଙ୍କ ଅବସ୍ଥା ଗୁରୁତର ରହିଛି । ବିପିନି ବିହାରୀ ଓ ତାଙ୍କ ସ୍ତ୍ରୀଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନ ଏସିଡ୍ ଆକ୍ରମଣରେ ପୋଡ଼ି ଯାଇଛି । ପୂର୍ବ ବିବାଦକୁ ନେଇ ଗାଁର ଇତିଶ୍ରୀ ମହାପାତ୍ର ଏସିଡ୍ ଫିଙ୍ଗିଥିବା ବେଳେ ସେ ବି ଆହତ ହୋଇଛି ।

ପୂର୍ବ ବିବାଦକୁ ନେଇ ଆଜି ଉଭୟ ପରିବାର ମଧ୍ୟରେ ପୁଣି ପାଟି ତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଇତିଶ୍ରୀ, ବିପିନଙ୍କ ପରିବାର ଉପରକୁ ଏସିଡି ଫିଙ୍ଗି ଦେଇଥିଲେ । ତିର୍ତ୍ତୋଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.