Latest Odisha News

କ୍ୟାରିୟରର ଖରାପ ଫର୍ମରେ କିଙ୍ଗ କୋହଲି

ପୁଣେ: ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ତେବେ କିଙ୍ଗ କୋହଲି ଆଖ୍ୟା ପାଇଥିବା ଏହି ମହାନ ବ୍ୟାଟ୍ସମ୍ୟାନ ଏବେ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତିଚ ୨୦୦୮ରେ କୋହଲି ୫ଟି ମ୍ୟାଚ ଖେଳି ୩୧.୮୦ ଆଭରେଜରେ ୧୫୯ ରନ କରିଥିଲେ । ୨୦୨୪ରେ ତାଙ୍କ ଆଭରେଜ ୨୧.୯୫ ରହିଛି । ଯାହାକି ସବୁଠାରୁ ଖରାପ ବିବେଚନା କରାଯାଉଛି । ସେ ୧୮ଟି ମ୍ୟାଚରେ ୨୧.୯୫ ଆଭରେଜରେ ୪୮୩ ରନ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ସେ ଆଉ ୫ଟି ଟେଷ୍ଟ ଖେଳିବେ । ଆଶା କରାଯାଉଛି ଏହା ମାଧ୍ୟମରେ ସେ ଭଲ ପ୍ରଦର୍ଶନ କରି ନିଜ ରେକର୍ଡ ଓ ଆଭରେଜରେ ଉନ୍ନତି ଆଣି ପାରିବେ ।

୨୦୨୦ରୁ ୨୨ ପର୍ଯ୍ୟନ୍ତ ମଧ୍ୟ କୋହଲିଙ୍କ ଫର୍ମ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଅବଶ୍ୟ ଏହା ପରେ ସେ ଭଲ ପ୍ରଦର୍ଶନ କରିଥିଲେ । ୨୦୦୮, ୨୦୨୦, ୨୦୨୧ ଓ ଏବେ ସେ କୌଣସି ଶତକ ହାସଲ କରି ନାହାନ୍ତି । ୨୦୧୬ ତାଙ୍କ କ୍ୟାରିୟରର ସବୁଠାରୁ ସ୍ୱର୍ଣ୍ଣିମ କ୍ଷଣ ଥିଲା । ସେ ୮୬.୫୦ ଆଭରେଜରେ ୨୫୯୫ ରନ ସଂଗ୍ରହ କରିଥିଲେ । ୨୦୧୭ରେ ତାଙ୍କ ବ୍ୟାଟିଂ ଆଭରେଜ ୬୮.୭୩ ରହିଥିଲା । ସେହିପରି ୨୦୧୮ ଓ ୧୯ରେ ଯଥାକ୍ରମେ ୬୮.୩୭ ଓ ୬୪.୬୦ ରହିଥିଲା ।

୨୦୦୮ରୁ ୨୦୨୪ ମଧ୍ୟରେ କୋହଲିଙ୍କ ଆଭରେଜ ୨୦୦୮(୩୧.୮), ୨୦୦୯ (୫୪.୧୬), ୨୦୧୦( ୪୮.୬୧), ୨୦୧୧(୩୯.୧୪), ୨୦୧୨(୫୩.୩୧), ୨୦୧୩(୫୩.୧୩), ୨୦୧୪(୫୫.୭୫), ୨୦୧୫(୩୮.୪୪), ୨୦୧୬(୮୬.୫), ୨୦୧୭(୬୮.୭୩), ୨୦୧୮(୬୮.୩୭), ୨୦୧୯c(୬୪.୬), ୨୦୨୦(୩୬.୬), ୨୦୨୧(୩୭.୦୭), ୨୦୨୨(୩୮.୫୧), ୨୦୨୩(୬୬.୦୬) ଓ ୨୦୨୪(୨୧.୯୫) ।

Leave A Reply

Your email address will not be published.