Latest Odisha News

BREAKING NEWS

ସେମିଫାଇନାଲରେ କୋହଲିଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ଡରାଉଛି

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ସେମିଫାଇନାଲରେ ପରାଜିତ ହେବା, ନ୍ୟୁଜିଲାଣ୍ଡ ବିପକ୍ଷରେ ଖରାପ ରେକର୍ଡ ଏବଂ ଶେଷର କୋହଲିଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ କିଛି ମାତ୍ରାରେ ଡରାଉଛି । କୋହଲି ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଥିଲେ ମଧ୍ୟ ଶେଷ ୩ଟି ବିଶ୍ୱକପର ସେମିଫାଇନାଲରେ ସେ ଟିମକୁ ନିରାଶ କରିଛନ୍ତି । ୨୦୧୧ରେ ପାକିସ୍ତାନ ବିପକ୍ଷରେ କୋହଲି ୯ ରନ, ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧ ଓ ୨୦୧୯ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୧ ରନ କରି ଆଉଟ ହୋଇଥିଲେ ।

ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମ ପେସରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ଏଠାରେ ଆରମ୍ଭରୁ ପେସରଙ୍କୁ ସହାୟତା ମିଳିଥାଏ । ଭାରତ ଏହି ପିଚରେ ଶ୍ରୀଲଙ୍କାକୁ ୫୫ ରନରେ ଅଲଆଉଟ କରିଥିଲା । ଭାରତୀୟ ଟପ ଅର୍ଡର ନ୍ୟୁଜିଲାଣ୍ଡ ପେସରଙ୍କୁ ସାମ୍ନା କରିବା ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ।

Leave A Reply

Your email address will not be published.