Latest Odisha News

BREAKING NEWS

ବାୟୁ ପ୍ରଦୂଷଣ ଭୟ: ଦିଲ୍ଲୀରୁ ଜୟପୁର ଗଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି (ମଙ୍ଗଳବାର) ରାଜସ୍ଥାନର ଜୟପୁରରେ ପହଞ୍ଚିଛନ୍ତି । ସୋନିଆଙ୍କ ଏହି ଗସ୍ତକୁ ନେଇ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିବାବେଳେ, ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ କୌଣସି ନିର୍ବାଚନ କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣ ଯୋଗୁଁ ସେ ଏବେ ଦିଲ୍ଲୀ ରୁ ଯାଇ ଜୟପୁରରେ ରହିବେ ବୋଲି ଜଣାପଡିଛି ।

 

ଆଜି ସକାଳେ ଦିଲ୍ଲୀର ଶାନ୍ତିବନ ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏପରିକି ଏହି ସମୟରେ ସୋନିଆ ଗାନ୍ଧୀ ପ୍ରଦୂଷଣ ହେତୁ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ । ତେବେ ନିକଟରେ ସୋନିଆ ଅସୁସ୍ଥ ହୋଇ ସାର ଗଙ୍ଗାରାମ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ଏବେ ବଢୁଥିବା ପ୍ରଦୂଷଣକୁ ନଜରରେ ରଖି ସେ ଜୟପୁରରେ ସ୍ବଳ୍ପ ଦିନ ପାଇଁ ରହିବେ ବେଲି ଜଣାପଡିଛି ।

 

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି । ମଙ୍ଗଳବାର ସକାଳେ ମଧ୍ୟ ବାୟୁ ଗୁଣବତ୍ତା ସ୍ତର ଖରାପ ରହିଛି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୩୬୩ ଅର୍ଥାତ ସକାଳ ୮ ଟାରେ ଅତି ନିମ୍ନ ବର୍ଗରେ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.