ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଗାମୀ ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ମୁକାବିଲା ପାଇଁ ପ୍ରାରମ୍ଭିକ ଟିମରେ ସାମିଲ ହୋଇଛନ୍ତି । ଜାନୁୟାରୀ ୨୩ରେ ରାଜକୋଟରେ ଖେଳାଯିବାକୁ ଥିବା ସୌରାଷ୍ଟ ବିପକ୍ଷ ମ୍ୟାଚରେ କୋହଲି ଖେଳିବେ କି ନାହିଁ ତାହା ଏବେ ବି ସସ୍ପେନ୍ସ ରହିଛି । ଡିଡିସିଏର ଜନୈକ ଅଧିକାରୀଙ୍କ କହିବା ଅନୁସାରେ କୋହଲି ଏବେ ସମ୍ପୂର୍ଣ୍ଣ ଫିଟ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଅବସରରେ କୋହଲିଙ୍କ ବେକ ଆଘାତପ୍ରାପ୍ତ ହୋଇଥିଲା । ଫିଜିଓ ଏବଂ ଡାକ୍ତର ଟିମ ଅନୁଧ୍ୟାନ କରିବା ପରେ କୋହଲି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ ।
ସେ ମ୍ୟାଚ ଖେଳିବେ କି ରାଜକୋଟରେ ହେବାକୁ ଥିବା ଦିଲ୍ଲୀ ଟିମର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ତାହା ମଧ୍ୟ ସ୍ପଷ୍ଟ ହୋଇନି । ୨୦୧୨ ପରଠାରୁ କୋହଲି ଆଉ ରଣଜୀ ମ୍ୟାଚ ଖେଳି ନାହାନ୍ତି । ଇତି ମଧ୍ୟରେ ଅନ୍ୟ ଏକ ରିପୋର୍ଟ ଅନୁସାରେ ରିଷଭ ପନ୍ତ ଦିଲ୍ଲୀର ନେତୃତ୍ୱ ନେବାକୁ ମନା କରି ଦେଇଛନ୍ତି । ଆୟୂଷ ବଡାନୀ ନେତୃତ୍ୱ ନେବା ପାଇଁ ଉପଯୁକ୍ତ ଖେଳାଳି । ଯଶସ୍ୱୀ ଜୈସୱାଲ ମୁମ୍ବାଇ ପକ୍ଷରୁ, ଶୁଭମନ ଗିଲ ପଞ୍ଜାବ ତରଫରୁ ଓ ରୋହିତ ଶର୍ମା ମୁମ୍ବାଇ ପକ୍ଷରୁ ରଣଜୀ ଟିମ ସହିତ ଅଭ୍ୟାସ କରିପାରନ୍ତି । ତେବେ ସେମାନେ ମ୍ୟାଚରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି ।
Comments are closed.