Latest Odisha News

BREAKING NEWS

ଦିନେ ଭାରତରେ ଚାଲିଥିଲା ୧୦ହଜାର ଟଙ୍କିଆ ନୋଟ୍, ଜାଣନ୍ତୁ ଏହା କାହିଁକି ବନ୍ଦ ହେଲା

ପ୍ରତ୍ୟେକ ଭାରତୀୟ ବିମୁଦ୍ରୀକରଣ ସମୟକୁ ମନେ ରଖିଥିବେ। ଲୋକମାନେ କିପରି ଟଙ୍କା ପାଇଁ ଏଟିଏମ୍‌ରେ ଧାଡ଼ି ବାନ୍ଧି ଠିଆ ହୋଇ ରହୁଥିଲେ। ବିମୁଦ୍ରାକରଣ ପରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା। ଏହା ଆଜିର ଯୁବପିଢ଼ିଙ୍କ ପାଇଁ ସବୁଠାରୁ ବଡ଼ ରକମର ନୋଟ ଥିଲା। ୧୯ ମଇ ୨୦୨୩ରେ, ଭାରତ ସରକାର ଏହି ନୋଟକୁ ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଧୀରେ ଧୀରେ ଏହି ନୋଟଟି ଦେଖାଯିବା ବନ୍ଦ ହୋଇଗଲା। କିନ୍ତୁ ଆପଣ ଜାଣନ୍ତିକି ଭାରତରେ ୨୦୦୦ ଟଙ୍କା ନୋଟ ନୁହେଁ ବରଂ ଏହାଠାରୁ ଅଧିକ ମୂଲ୍ୟର ନୋଟ ଦିନେ ପ୍ରଚଳିତ ଥିଲା। ତାହା ମଧ୍ୟ ବନ୍ଦ ହୋଇଗଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ସମୟ ଥିଲା ଯେତେବେଳେ ଭାରତରେ ୧୦ ହଜାର ଟଙ୍କାର ନୋଟ୍ ପ୍ରଚଳନ ହେଉଥିଲା। ଏହି ଘଟଣା ସ୍ୱାଧୀନତା ପୂର୍ବରୁ ଘଟିଥିଲା। ଏହି ନୋଟ୍ ୧୯୩୮ ମସିହାରେ ବ୍ରିଟିଶମାନେ ଜାରି କରିଥିଲେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ମୁଦ୍ରିତ ହୋଇଥିଲା। ଏହା ଭାରତୀୟ ମୁଦ୍ରା ଇତିହାସରେ ସବୁଠାରୁ ବଡ଼ ନୋଟ୍ ଥିଲା, ଯାହା ବଡ଼ ବ୍ୟବସାୟୀଙ୍କ ପାଇଁ ମୁଦ୍ରିତ ହୋଇଥିଲା।

୧୦ ହଜାର ଟଙ୍କାର ନୋଟ୍ ମାତ୍ର ୮ ବର୍ଷ ପାଇଁ ଚାଲିଥିଲା

ବ୍ରିଟିଶମାନେ ବଡ଼ କାରବାର ଏବଂ ବ୍ୟବସାୟୀଙ୍କ ପାଇଁ ୧୦,୦୦୦ ଟଙ୍କାର ନୋଟ୍ ଛାପିଥିଲେ, କିନ୍ତୁ ଏହା କଳାବଜାରୀ ଏବଂ ଗଚ୍ଛିତୀକରଣ ଆଡକୁ ନେଇଗଲା। ଏହାକୁ ବନ୍ଦ କରିବା ପାଇଁ ବ୍ରିଟିଶ ସରକାର ଜାନୁଆରୀ ୧୯୪୬ ମସିହାରେ ବଜାରରୁ ଏହି ନୋଟକୁ ପ୍ରତ୍ୟାହାର କରିନେଇଥିଲେ। ଏହିପରି ଏହି ନୋଟ୍ କେବଳ ୮ ବର୍ଷ ପାଇଁ ବଜାରରେ ପ୍ରଚଳିତ ଥିଲା।

ଭାରତ ସ୍ୱାଧୀନତା ପରେ ପୁଣି ଥରେ ବଜାରକୁ ଫେରିଲା ୧୦,୦୦୦ ଟଙ୍କିଆ ନୋଟ୍। ୧୯୫୪ ମସିହାରେ, ୧୦୦୦୦ ଟଙ୍କିଆ ନୋଟ୍ ସହିତ, ୫୦୦୦ ଟଙ୍କିଆ ନୋଟ୍ ମଧ୍ୟ ପ୍ରଚଳନ ଆରମ୍ଭ ହୋଇଥିଲା। ତଥାପି ସାଧାରଣ ଲୋକଙ୍କୁ ଏହି ଦୁଇଟି ନୋଟରୁ କୌଣସି ଲାଭ ମିଳିଲା ନାହିଁ ବରଂ କଳାବଜାରୀ ଏବଂ ଗଚ୍ଛିତୀକରଣ ପୁଣି ଥରେ ବୃଦ୍ଧି ପାଇଲା। କାରଣ ଦୁଇଟି ନୋଟର ବ୍ୟବହାର ବହୁତ କମ୍ ଥିଲା ଏବଂ କେବଳ ବଡ଼ ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁଥିଲେ। ଏପରି ପରିସ୍ଥିତିରେ ୧୯୭୮ ମସିହାରେ ମୋରାରଜୀ ଦେଶାଇଙ୍କ ସରକାର ୧୦୦୦୦ ଟଙ୍କିଆ ନୋଟ୍ ସହିତ ୫୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୩୧ ମାର୍ଚ୍ଚ ୧୯୭୬ ପର୍ଯ୍ୟନ୍ତ ମୋଟ ୭,୧୪୪ କୋଟି ଟଙ୍କା ପ୍ରଚଳନରେ ଥିଲା। ଏଥିମଧ୍ୟରୁ କେବଳ ୨୨.୯୦ କୋଟି ଟଙ୍କା ମୂଲ୍ୟର କେବଳ ୧୨୬୦ଟି ୫୦୦୦ ଟଙ୍କିଆ ନୋଟ ଏବଂ ୧୦୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା। ସେହି ସମୟରେ ବଜାରରେ ଥିବା ମୁଦ୍ରାର ମାତ୍ର ୨ ପ୍ରତିଶତ ଏହି ନୋଟଗୁଡ଼ିକ ଥିଲା।

Comments are closed.