ନୂଆଦିଲ୍ଲୀ: ଜବରଦସ୍ତ ଫର୍ମରେ ଥିବା ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବିଭିନ୍ନ ଶଟରେ ପାରଙ୍ଗମ ହାସଲ କରିଥିବା କ୍ରିକେଟରଙ୍କ ଏକ ତାଲିକା ପ୍ରକାଶ କରିଛନ୍ତିି । ଏହି ବ୍ୟାଟରମାନେ ତାଙ୍କ ପସନ୍ଦର ଶୀର୍ଷରେ ରହିଛନ୍ତି ।କୋହଲି ଏକ ପରଫେକ୍ଟ ବ୍ୟାଟର ଗଢ଼ିବା ପାଇଁ ବିଭିନ୍ନ ଶଟ୍ ଓ ଦକ୍ଷତା ଆଧାରରେ ନିଜର ପସନ୍ଦର କ୍ରିକେଟରମାନଙ୍କ ନାମ ପ୍ରକାଶ କରିଛନ୍ତି । ଏହି ଚୟନରେ ସେ ୪୭ ବର୍ଷୀୟ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟର କ୍ରିସ୍ ଗେଲଙ୍କୁ ଛକା ମାରିବାର ଦକ୍ଷତା ପାଇଁ ବାଛିଛନ୍ତି । ତେବେ ଏହି ସ୍ୱତନ୍ତ୍ର ତାଲିକାରେ ରୋହିତ ଶର୍ମା କିମ୍ବା ଏମ.ଏସ. ଧୋନୀଙ୍କ ନାମ ନଥାଇ ଅନେକ ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟ କରିଛି ।
କୋହଲିଙ୍କ ଶଟରେ ପାରଙ୍ଗମ କ୍ରିକେଟରଙ୍କ ତାଲିକା: ଛକା ମାରିବା ଦକ୍ଷତା-କ୍ରିସ୍ ଗେଲ, ଷ୍ଟ୍ରେଟ୍ ଡ୍ରାଇଭ- ସଚିନ ତେନ୍ଦୁଲକର କଭର ଡ୍ରାଇଭ୍- କୁମାର ସଙ୍ଗାକାରା, ଫ୍ଲିକ୍ ଶଟ- ରାହୁଲ ଦ୍ରାବିଡ଼, ସ୍କୋୟାର କଟ୍ / ଲେଟ୍ କଟ- ବିରେନ୍ଦ୍ର ସେହୱାଗ, ସ୍ୱିପ୍ ଶଟ- ମ୍ୟାଥ୍ୟୁ ହେଡେନ୍, ୱିକେଟ୍ ମଝିରେ ଦୌଡ଼ିବା -ଏବି ଡି\’ଭିଲିୟର୍ସ । ସାକ୍ଷାତକାରରେ ରୋହିତ ଶର୍ମା କିମ୍ବା ଏମ.ଏସ. ଧୋନୀଙ୍କ ନାମ ସ୍ଥାନ ପାଇନଥିଲେ ମଧ୍ୟ, ସଚିନ ତେନ୍ଦୁଲକର ଏବଂ ଧୋନୀଙ୍କ ପ୍ରତି ତାଙ୍କର ସମ୍ମାନ ସଦାସର୍ବଦା ଅତୁଳନୀୟ ବୋଲି କୋହଲି ସ୍ପଷ୍ଟ କରିଛନ୍ତି ।

