Latest Odisha News

ଗମ୍ଭୀରଙ୍କୁ କୋଚ କରିବା ପୂର୍ବରୁ କୋହଲିଙ୍କ ସହ ଆଲୋଚନା କରି ନ ଥିଲା ବିସିସିଆଇ

ମୁମ୍ବାଇ: ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ ନିଯୁକ୍ତ କରାଯାଇଛି । ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଗମ୍ଭୀରଙ୍କ ତାଳମେଳ କିପରି ରହିବ ସେ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ବିଶେଷ କରି କୋହଲି ଓ ଗମ୍ଭୀରଙ୍କ କମ୍ବିନେଶନ ପ୍ରତି ନଜର ରହିବ । ଗତ ବର୍ଷ ଆଇପିଏଲରେ ଉଭୟ ମୁହାଁମୁହିଁ ହୋଇଥିଲେ । ଅବଶ୍ୟ ଚଳିତ ବର୍ଷ କୋହଲି ଏବଂ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ନ ଥିବା ଅନୂଭବ ହୋଇଥିଲା । ସିଏସି ଗମ୍ଭୀରଙ୍କୁ କୋଚ କରିବା ପାଇଁ ପରାମର୍ଶ ଦେଇଥିଲା । ତେବେ ବିସିସିଆଇ କିମ୍ବା ସିଏସି ଗମ୍ଭୀରଙ୍କୁ କୋଚ କରିବା ବେଳେ କୋହଲିଙ୍କ ସହ କୌଣସି ପ୍ରକାରର ଆଲୋଚନା କରି ନ ଥିଲେ ।

କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ପୂର୍ବଭଳି ଦିନିକିଆ ଏବଂ ଟେଷ୍ଟ ଖେଳିବା ଜାରୀ ରଖିବେ । ଡ୍ରାଭିଡ ଓ ରୋହିତଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବାରୁ ଟିମର ପ୍ରଦର୍ଶନରେ ସନ୍ତୋଷଜନକ ଫଳ ଦେଖିବାକୁ ମିଳିଥିଲା । ଗମ୍ଭୀର ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେବା ନେଇ ସଙ୍କେତ ଦେଇ ସାରିଛନ୍ତି । ସେ ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହୁଁଛନ୍ତି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟରେ ହାର୍ଦ୍ଦିକ ଆଗୁଆ ଗମ୍ଭୀର କୋଚ ହେବେ ବୋଲି ଜାଣିଥିଲେ । ରୋହିତ ଓ ହାର୍ଦ୍ଦିକ ଏବଂ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କିପରି ବୁଝାମଣା ରହୁଛି ତାହା ଦେଖିବା କଥା ।

Comments are closed.