ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ହେବା ସତ୍ୱେ ବିରାଟ କୋହଲି ନୈରାଶ୍ୟଜନକ ଓ ବିବାଦୀୟ ପରିସ୍ଥିତିରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କୋହଲିଙ୍କୁ କ୍ୟାରିୟରର ୧୦୦ତମ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ମନା କରି ଦେଇଥିଲେ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଗୋଟିଏ ମ୍ୟାଚରେ କିଛି ଫରକ ପଡିବ ନାହିଁ ବୋଲି ୩୩ ବର୍ଷୀୟ କୋହଲି କହିଥିଲେ ।
କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ବୋର୍ଡ ମଧ୍ୟ କୋହଲିଙ୍କ ଯୋଗଦାନ ଭାରତୀୟ କ୍ରିକେଟ ପାଇଁ ନିହାତି ଆବଶ୍ୟକ ବୋଲି କହିଛି । ଅଧିନାୟକ ଚାପରୁ ମୁକୁଳିବା ପରେ ବ୍ୟାଟ୍ସମ୍ୟାନ ଭାବେ କୋହଲିଙ୍କ ପ୍ରଦର୍ଶନ କିପରି ରହୁଛି ସେଥିପ୍ରତି ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।
Comments are closed.