Latest Odisha News

BREAKING NEWS

ପାଣ୍ଡ୍ୟା ଆହତ, ଆବଶ୍ୟକ ପଡିଲେ ବ୍ୟାଟିଂ କରିବେ:ବୋଲିଂ କଲେ କୋହଲି

ପୁଣେ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଭାରତ-ବାଂଲାଦେଶ ମୁକାବିଲା ଅବସରରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ସେ ବୋଲିଂ କରିବା ସମୟରେ ଆହତ ହୋଇଥିଲେ । ଓଭରର ବଳକା ବଲ ବିରାଟ କୋହଲି ପକାଇଥିଲେ । ହାର୍ଦ୍ଦିକଙ୍କୁ ଆଘାତ ସମସ୍ୟା କେତେ ଗୁରୁତର ସେଥିପାଇଁ ତାଙ୍କ ସ୍କାନ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବାଂଲାଦେଶର ୨୫୭ ରନର ଟାର୍ଗେଟକୁ ପିଛା କରି ଭାରତ ଭଲ ବ୍ୟାଟିଂ ଜାରୀ ରଖିଛି । ଶେଷ ଖବର ହସ୍ତଗତ ବେଳକୁ ଭାରତ ୧୭.୨ ଓଭରରେ ୧ ୱିକେଟ ବିନିମୟରେ ୧୨୩ ରନ କରିଛି । ଇତି ମଧ୍ୟରେ ମିଳିଥିବା ତାଜା ରିପୋର୍ଟ ଅନୁସାରେ ପାଣ୍ଡ୍ୟା ଡ୍ରେସିଂ ରୁମକୁ ଫେରି ଆସିଛନ୍ତି । ସେ ଆବଶ୍ୟକ ପଡିଲେ ଦଳ ପାଇଁ ବ୍ୟାଟିଂ କରିବେ ବୋଲି ଜଣାପଡିଛି ।

ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଗୁରୁତର ହୋଇଥିଲେ ଏହା ଭାରତ ପାଇଁ ଶକ୍ତ ଧକ୍କା ସଦୃଶ ହେବ । ଅପରପକ୍ଷରେ କୋହଲିଙ୍କୁ ଦୀର୍ଘ ଦିନ ପରେ ପ୍ରଶଂସକମାନେ ବୋଲିଂ କରିବା ଦେଖି ବେଶ ଉତ୍ସାହିତ ହୋଇଥିଲେ । ସେ ପାଣ୍ଡ୍ୟାଙ୍କ ଓଭରର ବାକିଥିବା ୩ଟି ବଲ ବୋଲିଂ କରି ୨ ରନ ଦେଇଥିଲେ । ଶ୍ରୀଲଙ୍କା ବିପକ୍ଷରେ ୨୦୧୭ ଦିନିକିଆ ମ୍ୟାଚରେ କୋହଲି ଶେଷ ଥର ବୋଲିଂ କରିଥିଲେ ।

Comments are closed.