ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରରେ ଷ୍ଟାର ଖେଳାଳି ବିରାଟ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି । ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବା ସହ କ୍ରିସ ଗେଲଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେ ଏହି ମ୍ୟାଚରେ ୪୨ ବଲରେ ୭୦ ରନ ସଂଗ୍ରହ କରିଥିଲେ । ଆଇପିଏଲ କ୍ୟାରିୟରର ଏହା ତାଙ୍କର ୬୦ତମ ଅର୍ଦ୍ଧଶତକ ରହିଥିଲା । ଏବେ କୋହଲିଙ୍କଠାରୁ କେବଳ ଡେଭିଡ ୱାର୍ଣ୍ଣର ରହିଛନ୍ତି । ସେ ୬୨ ଅର୍ଦ୍ଧଶତକ ମାରିଛନ୍ତି । ୫୧ ଅର୍ଦ୍ଧଶତକ ସହ ଶିଖର ଧାୱନ ତୃତୀୟ ସ୍ଥାନରେ ରହିଛନ୍ତି ।
କୋହଲି ଏଥିସହ ଟି୨୦ କ୍ରିକେଟରେ ଓଭରାଲ ୧୧୧ତମ ଅର୍ଦ୍ଧଶତକ ହାସଲ କରି ଗେଲଙ୍କୁ ପଛରେ ପକାଇଛନ୍ତି । କୋହଲି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗେଲ ୧୧୦ ଅର୍ଦ୍ଧଶତକ ମାରି ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହି ତାଲିକାରେ ଡେଭିଡ ୱାର୍ଣ୍ଣର ୧୧୭ ଅର୍ଦ୍ଧଶତକ ସହ ଶୀର୍ଷରେ ରହିଛନ୍ତି । ସେହିପରି ବାବର ଆଜାମ ୧୦୧ ଓ ଜୋସ ବଟଲର ୯୫ ଅର୍ଦ୍ଧଶତକ ସହ ଚତୁର୍ଥ ଏବଂ ପଂଚମ ସ୍ଥାନରେ ରହିଛନ୍ତି । କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବେଙ୍ଗାଲୁର ୨୦୬ ରନର ଲକ୍ଷ୍ୟ ପ୍ରଦାନ କରିଛି ।
Comments are closed.