Latest Odisha News

BREAKING NEWS

ସୀମିତ ଓଭର ବିଶିଷ୍ଟ ମୁକାବିଲାରୁ ବ୍ରେକ ନେଇ ପାରନ୍ତି କୋହଲି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ ସମାପ୍ତ ପରେ ଭାରତୀୟ କ୍ରିକେଟ ନୂଆ ଯୁଗରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ଯୁବ ଟିମ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ରିପୋର୍ଟ ମୁତାବକ ବିରାଟ କୋହଲି ୫୦ ଓଭର ଓ ଟି୨୦ ସିରିଜରୁ ବ୍ରେକ ନେବା ପାଇଁ ଚିନ୍ତା କରୁଛନ୍ତି । କିଛି ଦିନ ପରେ ସେ ତାଙ୍କ କ୍ୟାରିୟର ନେଇ ନିଷ୍ପତି ନେବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏନଡିଟିଭି ରିପୋର୍ଟ ଅନୁସାରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଓ ଦିନିକିଆରେ ଖେଳି ପାରି ନାହାନ୍ତି । ସେହିପରି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ କୋହଲି ଧଳା ବଲ ମୁକାବିଲରୁ କିଛି ଦିନ ଦୂରେଇ ରହିବା ପାଇଁ ଚାହୁଁଛନ୍ତି ।

ସେ ଏଥିନେଇ ବୋର୍ଡକୁ ସୂଚନା ମଧ୍ୟ ଦେଇଛନ୍ତି । କେତେକ ସମୀକ୍ଷକଙ୍କ ମତରେ କୋହଲି ଏହି ଫର୍ମାଟକୁ ଅଲବିଦା ମଧ୍ୟ କହି ପାରନ୍ତି । ଅଧିନାୟକ ରୋହିତ ଶର୍ମା କିନ୍ତୁ କୌଣସି ସୂଚନା ଦେଇ ନାହାନ୍ତି । ଦିନିକିଆ ବିଶ୍ୱକପ ପରେ ଟି୨୦ ବିଶ୍ୱକପରେ ଏହି ଦୁଇ ଖେଳାଳି ଭାରତ ପାଇଁ ମ୍ୟାଚ ବିଜେତା ହେବେ ବୋଲି ଆଶା କରାଯାଉଥିଲା..ଏବେ କୋହଲିଙ୍କ ମେସେଜ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି ।

Leave A Reply

Your email address will not be published.