Latest Odisha News

BREAKING NEWS

ଭୟାଭୟ ଅଗ୍ନିକାଣ୍ଡ , ଜଳିଗଲା ୨୦ ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ

ବୋରିଗୁମ୍ମା: ଧାନ ଫସଲରେ ଲାଗିଲା ନିଆଁ । ଜଳିଗଲା ୨୦ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ । ବୋରିଗୁମ୍ମା ବ୍ଲକ କାଠରଗଡା ଗ୍ରାମରେ ହୋଇଛି ଏହି ଅଘଟଣ । ଗତ କାଲି ବିଳମ୍ବିତ ରାତ୍ରିରେ କୁମୁଳିଆ ସାହିର ଏକ ଧାନ ଖଳା ଘଟିଛି ଅଗ୍ନିକାଣ୍ଡ।

ସୂଚନା ଅନୁସାରେ, ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ ଧାନ ଗଦାରେ ନିଆଁ ଲାଗିଥିଲା । ଗାଆଁ ଲୋକେ ଜାଣିବା ପରେ ସମସ୍ତେ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲେ । ବୋରିଗୁମ୍ମା ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ  ପହଞ୍ଚି ନିଆଁକୁ ଆୟତ କରିଥିଲା । ଗାଁର ୭ ଜଣ ଚାଷୀଙ୍କର ପ୍ରାୟ ୨୦ ଏକର ରୁ ଉର୍ଦ୍ଧ ଧାନ ନଷ୍ଟ ହୋଇ ପଡ଼ିଥିବା ଜଣା ପଡ଼ିଛି । ସେଥିମଧ୍ୟରୁ ଦୁଖୁ ପାଇକଙ୍କ ୩ ଏକର, କମଲଚନ ପାଇକଙ୍କ ୨ ଏକର, ଭଗ ବିଶ୍ୱାସ ରାୟଙ୍କ ୩ ଏକର , ମଙ୍ଗୁଲୁ ପ୍ରଧାନଙ୍କ ୭ ଏକର, ବୁଡୁ ପ୍ରଧାନଙ୍କ ୪ ଏକର ବିଲରେ ନିଆଁ ଲାଗିଯାଇଥିଲା ।

ତେବେ ବର୍ଷ ତମାମ କଷ୍ଟ କରି ଚାଷୀ ଧାନ ଅମଳ କରି ବିକ୍ରି କରିବା ପାଇଁ ଜଗି ବସିଥିଲେ । ଏଭଳି ଘଟଣା ପରେ କ୍ଷତି ଗ୍ରସ୍ତ ହୋଇଥିବା ଚାଷୀ ଭାଙ୍ଗି ପଡିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ କାଠର ଗଡା ସମିତି ସଭ୍ୟ ବୃନ୍ଦାବନ ନାୟକଙ୍କ ସମେତ ଗ୍ରାମବାସୀ ଏବଂ ଚାଷୀ ଦାବି କରିଛନ୍ତି ।

Leave A Reply

Your email address will not be published.