ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫି ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଗତ ବର୍ଷ ଆଇପିଏଲ ଟାଇଟଲ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଭିକ୍ଟ୍ରି ପ୍ୟାରେଡର ଆୟୋଜନ କରାଯାଇଥିଲା । ଏଥିରେ ଦଳଚକଟା ହେବା ଯୋଗୁ ୧୧ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ସେଠାରେ ଆଉ ମ୍ୟାଚ ଖେଳା ଯାଇ ନ ଥିଲ । ଏବେ ପୂନର୍ବାର ଚିନ୍ନାସ୍ୱାମୀକୁ କ୍ରିକେଟ ଫେରିବ । କୋହଲି ଓ ରିଷଭ ପନ୍ତ ଦିଲ୍ଲୀ ଟିମ ପକ୍ଷରୁ ଖେଳିବେ । ସେମାନେ ପ୍ରଥମ ୩ଟି ମ୍ୟାଚ ପାଇଁ ଉପଲବ୍ଧ ରହିବେ ।
୧୫ ବର୍ଷ ପରେ କୋହଲି ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ଯାଉଥିବାରୁ ପ୍ରଶଂସକଙ୍କ ଭୀଡ ବଢ଼ିବା ସମ୍ଭାବନା ରହିଛି । ରିପୋର୍ଟ ମୁତାବକ କେଏସସିଏ ୨୦୦୦ରୁ ୩୦୦୦ ଦର୍ଶକଙ୍କୁ ଅନୁମତି ଦେବା ପାଇଁ ବିଚାର କରୁଛି । ଏହା ପରେ କୋହଲି ଏଠାରେ ଆଇପିଏଲ ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି । ମାର୍ଚ୍ଚ ୧୫ରୁ ଆଇପିଏଲ ମ୍ୟାଚ ଆରମ୍ଭ ହେବ । ଏହାର ଫାଇନାଲ ୩୧ ମେରେ ଖେଳାଯିବ । ଡିସେମ୍ବର ୧୬ରେ ଆବୁଧାବିରେ ଆଇପିଏଲର ମିନି ଅକ୍ସନ ଆୟୋଜିତ ହେବ ।