Latest Odisha News

BREAKING NEWS

ଦାଦାଙ୍କୁ ଅନଫଲୋ କଲେ କିଙ୍ଗ

ମୁମ୍ବାଇ: ବିିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । କିଙ୍ଗ କୋହଲି ନିକଟରେ ଇନଷ୍ଟାଗ୍ରାମରେ ଦାଦାଙ୍କୁ ଅନଫଲୋ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର କାରଣ ସାଜିଛି । କୋହଲିଙ୍କ ଇନଷ୍ଟାଗ୍ରାମରେ ୨୪୬ ମିଲିୟନ ଫଲୋର୍ସ ରହିଛନ୍ତି । ସେ ୨୭୬ଜଣଙ୍କୁ ଫଲୋ କରୁଥିଲେ । ଦାଦା ବାଦ ପଡିବା ପରେ ଏବେ ଏହା ୨୭୫ ହୋଇଯାଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ଅବସରରେ ବିରାଟଙ୍କ ସହ ଦାଦା ହାତ ମିଳାଇ ନ ଥିଲେ ।

ଗାଙ୍ଗୁଲିଙ୍କ ସଭାପତିତ୍ୱ ସମୟରେ କୋହଲି ଅଧିନାୟକ ପଦ ହରାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ତେବେ ଏହା ସମ୍ମୁଖକୁ ଆସି ନ ଥିଲା । ଧିରେ ଧିରେ ଏହା ପଦାରେ ପଡିବାରେ ଲାଗିଛି । କୋହଲି ଯେଉଁ ଭଳି ଢ଼ଙ୍ଗରେ ଅଧିନାୟକ ପଦ ହରାଇଥିଲେ ସେଭଳି ଗାଙ୍ଗୁଲି ମଧ୍ୟ ତାଙ୍କ ପଦରୁ ଅପମାନଜନକ ଭାବେ ବିଦା ହୋଇଥିଲା ।

Comments are closed.