Latest Odisha News

BREAKING NEWS

ଫାଶିଦଣ୍ଡ ପୂର୍ବରୁ ଅପରାଧି ମାଗିଥିଲେ ୨୯ ହଜାର କ୍ୟାଲୋରୀଯୁକ୍ତ ଖାଦ୍ୟ: ଯେଉଁ ଖାଦ୍ୟକୁ ୭୨ ଜଣ ଖାଇଥାନ୍ତେ

ନ୍ୟୁୟର୍କ:ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଫାଶିଦଣ୍ଡ ବନ୍ଦ ହୋଇଗଲାଣି । ଏଠାରେ ଅପରାଧୀଙ୍କୁ କେବଳ ଆଜୀବନ କାରାଦଣ୍ଡ ଦିଆଯାଏ । କିନ୍ତୁ ଆଜି ବି ଅନେକ ଦେଶ ଅଛି ଯେଉଁଠାରେ ଅପରାଧକୁ ଦୃଷ୍ଟିରେ ରଖି ଫାଶିଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଫାଶିଦଣ୍ଡ ପୂର୍ବରୁ ଏହି ଅପରାଧୀମାନଙ୍କୁ ନିଶ୍ଚିତ ଭାବରେ ସେମାନଙ୍କର ଶେଷ ଇଚ୍ଛା ପଚରାଯାଏ । ଅନେକ ଅପରାଧୀ ମୃତ୍ୟୁ ପୂର୍ବରୁ ଏପରି ଇଚ୍ଛା ମାଗନ୍ତି, ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହାକୁ ପୂରଣ କରିବା ପାଇଁ ଆଇନ ଯଥାସମ୍ଭବ ଚେଷ୍ଟା କରିଥାଏ । ସେହିପରି ଆମେରିକାରେ ଜଣେ ଅପରାଧିଙ୍କ ଶେଷ ଇଛା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେରିକାର ମିସିସିପି ଜେଲରେ କଏଦୀ ଭାବେ ସଜା କାଟୁଥିଲେ ଗ୍ୟାରି କାର୍ଲ ସିମନ୍ସ ଜୁ । ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିଲେ । ଶେଷରେ ଏହି ଅଭିଯୋଗରେ ତାଙ୍କୁ ଫାଶିଦଣ୍ଡ ଦିଆଯିବାର ନିଷ୍ପତ୍ତି ନିଆଯାଇଥିଲା । ଯେତେବେଳେ ଫାଶିଦଣ୍ଡ ପୂର୍ବରୁ ଗ୍ୟାରିଙ୍କୁ ତାଙ୍କର ଶେଷ ଇଚ୍ଛା ପଚରାଗଲା, ସେ ଏପରି ଭୋଜନ କରିବାକୁ କହିଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ କେବଳ ନିଜ ପାଇଁ ୨୯ ହଜାର କ୍ୟାଲୋରୀଯୁକ୍ତ ଖାଦ୍ୟ ମଗାଇଥିଲେ । ସେଥିରେ ଥିଲା ବିଭିନ୍ନ ପ୍ରକାରର ପିଜା, ସସ୍‌, ଚିପ୍ସର ଏକ ଫ୍ୟାମିଲି ପ୍ୟାକ୍‌, ଦୁଇଟି ଷ୍ଟ୍ରବେରୀ ଶେକ୍‌, କୋକ୍‌, ତରକାରୀ ଏବଂ ଦୁଇଟି ଫ୍ୟାମିଲ ପ୍ୟାକ୍ ଷ୍ଟ୍ରବେରୀ ଆଇସ୍କ୍ରିମ୍ ଆଦି । ଏହି ସମଗ୍ର ଭୋଜନରେ ୨୯ ହଜାର କ୍ୟାଲୋରୀ ଅନ୍ତର୍ଭୁକ୍ତ କରାଯାଇଥିଲା । ସାଧାରଣତଃ ଜଣେ ବ୍ୟକ୍ତି ଗୋଟିଏ ଦିନରେ ବାର ଶହ କ୍ୟାଲୋରୀ ଆବଶ୍ୟକ କରେ । ଏହି ଅନୁଯାୟୀ, ଗ୍ୟାରି ଅର୍ଡ଼ର କରିଥିବା ଖାଦ୍ୟକୁ ୭୨ ଜଣ ଲୋକ ଖାଇଥାନ୍ତେ ।
ଗ୍ୟାରିଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦିଆଯାଇ ଫାଶିଦଣ୍ଡ ଦିଆଯାଇଥିଲା । କିନ୍ତୁ ଏହାର ୯୦ ମିନିଟ୍ ପୂର୍ବରୁ ତାଙ୍କୁ ସମସ୍ତ ଖାଦ୍ୟ ପରିବେଷଣ କରାଯାଇଥିଲା । କୁହାଯାଏ ଯେ ସେ ଅର୍ଡର କରିଥିବା ଖାଦ୍ୟର ଅଧାରୁ ଅଧିକ ଖାଇବା ଶେଷ କରିଥିଲେ । ଘଟଣାଟି ପୁରୁଣା ହୋଇଥିଲେ ମଧ୍ୟ ଏବେ ଏହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

Leave A Reply

Your email address will not be published.