Latest Odisha News

କୋହଲି, ରାହୁଲ ରଣଜୀ ଟ୍ରଫି ଖେଳିବେନି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ ରଣଜୀ ଟ୍ରଫି ନ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଆଘାତ ସମସ୍ୟା ଯୋଗୁ ସେମାନେ ଏହି ନିଷ୍ପତି ନେଇଥିବା ଜଣାପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଟିମ ଇଣ୍ଡିଆ ଖେଳାଳିମାନଙ୍କୁ ଘରୋଇ କ୍ରିକେଟରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । କୋହଲି ବେକ ସମସ୍ୟା ଓ ରାହୁଲ କହୁଣୀ ଆଘାତଯୋଗୁ ଏହି ନିଷ୍ପତି ନେଇଛନ୍ତି । ଉଭୟ ବିସିସିଆଇର ମେଡିକାଲ ଟିମ ଏ ସମ୍ପର୍କରେ ଜଣାଇ ସାରିଛନ୍ତି । ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ଜାନୁୟାରୀ ୨୩ରୁ ଆରମ୍ଭ ହେବ ।

ରାଜକୋଟରେ ହେବାକୁ ଥିବା ସୌରାଷ୍ଟ୍ର ବିପକ୍ଷ ମ୍ୟାଚରେ ଏବେ କୋହଲି ଓହରି ଯାଇଛନ୍ତି । ରାହୁଲ ସେହିପରି ପଞ୍ଜାବ ଓ କର୍ଣ୍ଣାଟକ ମୁକାବିଲାରେ ଖେଳିବେନି । ବିସିସିଆଇ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଖେଳାଳିମାନଙ୍କ ପାଇଁ ୧୦ଟି କଡା ନିୟମ ଜାରୀ କରିଛି । କୋହଲି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି । ଫେବୃୟାରୀ ୪ରୁ ଏହି ସିରିଜ ହେବ ।

Comments are closed.