Latest Odisha News

BREAKING NEWS

କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା: କୋର୍ଟ ପରିସରରେ ଜୀବନ ହରାଇବାକୁ ପ୍ରୟାସ କଲେ ନାବାଳିକା। କେନ୍ଦ୍ରାପଡ଼ା କୋର୍ଟ ପରିସରରେ କୋର୍ଟ ପରିସରରେ ନାବାଳିକାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟରେ ବଳାତ୍କାର ମାମଲାର ଶୁଣାଣି ବେଳେ ନକିଛି ଏପରି ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ବିରୋଧରେ କୋର୍ଟରେ ବାପା ମାଆ ସାକ୍ଷ୍ଯ ପ୍ରଦାନ କରିବାକୁ ବିରୋଧ କରି ବିଷ ପିଇଛନ୍ତି ନାବାଳିକା। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ଯ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଏ ପୁରା ଘଟଣାକୁ ନେଇ ଓକିଲ କହିଛନ୍ତି, ଜମ୍ବୁ ମେରାଇନ ଥାନା ଅଞ୍ଚଳର ଜଣେ ନାବାଳିକା ଜଣଙ୍କ ଭିନ୍ନ ସମ୍ପ୍ରଦାୟର ଜଣେ ପୁଅ ସହିତ ପ୍ରେମ ସମ୍ପର୍କ ଥିଲା । ପୋକ୍ସୋ ଆକ୍ଟରେ କେନ୍ଦ୍ରାପଡ଼ା କୋର୍ଟରେ ମାମଲା ଚାଲିଥିଲା । ଉକ୍ତ ଯୁବକ ବିରୁଦ୍ଧରେ କୌଣସି ସାକ୍ଷୀ ଦେବେନାହିଁ ବୋଲି ନାବାଳିକାଙ୍କୁ ପରିବାର ଲୋକେ ପ୍ରତିଶୃତି ଦେଇଥିଲେ । ସେହି ପୁଅ ସହ ବିବାହ କରାଇବେ ବୋଲି ମଧ୍ଯ କହିଥିଲେ । କିନ୍ତୁ କୋର୍ଟ ପହଞ୍ଚି ନାବାଳିକାଙ୍କ ପ୍ରେମିକ ବିରୁଦ୍ଧରେ ସାକ୍ଷୀ ଦେବାରୁ ନାବାଳିକା ଜଣଙ୍କ କୋର୍ଟ ପରିସରରେ ହିଁ ବିଷ ପିଇ ଦେଇଥିଲେ।

Comments are closed.