Latest Odisha News

ବଢୁଛି ଜଳସ୍ତର; ଆସନ୍ତାକାଲି ଖୋଲିବ କୋଲାବର ଗେଟ୍

କୋରାପୁଟ: ଜିଲ୍ଲାରେ ଶନିବାର ଦିନ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଯାହା ଫଳରେ କୋଲାବ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବ। ସେଥିପାଇଁ କର୍ତ୍ତୃପକ୍ଷ ସ୍ଲୁଇସ୍ ଗେଟ୍ ଖୋଲିବାକୁ ସ୍ଥିର କରିଛନ୍ତି।

ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ୫୮୫ମିଟର ପର୍ଯ୍ୟନ୍ତ ଯାଇଥିଲା। ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୮୫୭ ମିଟର ରହିଛି।

କୋଲାବ ନଦୀର ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଡ୍ୟାମର ଜଳ ସ୍ତର ଆହୁରି ବୃଦ୍ଧି ପାଇବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ଅନୁମାନ କରିଛନ୍ତି।

 

Comments are closed.