Latest Odisha News

ବାହାଘରକୁ ସ୍ମରଣୀୟ କରିବା ପାଇଁ ଆଧାର କାର୍ଡ ଶୈଳୀରେ ଛାପିଲେ ବିବାହ ନିମନ୍ତ୍ରଣ କାର୍ଡ

କୋଲକାତା: ବାହାଘରକୁ ସ୍ମରଣୀୟ କରିବା ପାଇଁ କୋଲକାତାର ଜଣେ ଯୁବକ ନିଆରା ଶୈଳୀ ଆପଣାଇଛନ୍ତି । ସେ ତାଙ୍କ ବାହାଘର କାର୍ଡ ଏବଂ ମେନ୍ୟୁ କାର୍ଡକୁ ଆଧାର କାର୍ଡ ଶୈଳୀରେ ଛାପିଛନ୍ତି । ଏହା ଲୋକଙ୍କୁ ଏତେ ପସନ୍ଦ ଆସିଲା ଏବେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ଗୋଗଲା ଶାହ ଓ ସବୁର୍ଣ୍ଣା ଦାସ ବାହାଘରକୁ ପୂର୍ବରୁ ନିଜକୁ ନୂତନ ଡିଜାଇନରେ କରିବା ପାଇଁ ଆଲୋଚନା କରିଥିଲେ ।

ଏବେ ଏହା ସମସ୍ତଙ୍କୁ ପସନ୍ଦ ଆସିଥିବାରୁ ସେମାନଙ୍କ ମନ ବେଶ୍ ଖୁସି ରହିଛି । ସୁବର୍ଣ୍ଣା ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ଗୋଗଲା ମାର୍କେଟିଂରେ କାମ କରନ୍ତି ।

Comments are closed.