Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରା

ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସରଗରମ ହେଉଛି ରାଜନୀତି । ତୃଣମୂଳ କଂଗ୍ରେସକୁ ଟକ୍କର ଦେବାକୁ ରଣନୀତି ଆରମ୍ଭ କରିଛି ବିଜେପି । ଏଥିପାଇଁ ଆଜିଠାରୁ ବିଜେପି ଆରମ୍ଭ କରିଛି ପରିବର୍ତ୍ତନ ଯାତ୍ରା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ନଦିଆରୁ ବିଧିବଦ୍ଧ ଭାବେ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ନଡ୍ଡା ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ କରି କରିଛନ୍ତି । ଆଜିଠାରୁ ଏହି ପରିବର୍ତ୍ତନ ଯାତ୍ରା ପଶ୍ଚିମବଙ୍ଗରେ କେବଳ ସରକାର ନୁହେଁ, ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଜେପି ନଡ୍ଡା । ଏହାସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’, ମାଟି ଓ ମନୁଷ ନାଁରେ ଲୋକଙ୍କୁ ଠକି ଚାଲିଥିବା ବିଜେପି ଅଭିଯୋଗ କରିଛି ।

ପରିବର୍ତ୍ତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନଡ୍ଡା ଚାଷୀଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଖିଚିଡି ଖାଇଥିଲେ। ଏହି ସମୟରେ ସେ କହିଛନ୍ତି, ବେଙ୍ଗଲର ଚାଷୀମାନଙ୍କୁ ପିଏମ କିଷାନ ଯୋଜନାରୁ ବଞ୍ଚିତ କରି ମମତା ଦିଦି ଅନ୍ୟାୟ କରୁଛନ୍ତି । ନିଜର ଗର୍ବ ଓ ଅହଂକାର ପାଇଁ ମମତା ବାନାର୍ଜୀ ପିଏମ୍ କିଷାନ ଯୋଜନାକୁ କାର୍ଯ୍ୟକାରୀ କରୁ ନାହାନ୍ତି । ଯେଉଁଥିପାଇଁ ରାଜ୍ୟର ୭୦ ଲକ୍ଷ ଚାଷୀ ବାର୍ଷିକ ୬ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ବିଜେପିର ପରିବର୍ତ୍ତନ ଯାତ୍ରାକୁ ଟକ୍କର ଦେବା ପାଇଁ ତୃଣମୂଳ କଂଗ୍ରେସ ଆରମ୍ଭ କରିଛି ଦୁଇ ଦିନିଆ ଜନସମ୍ପର୍କ ଯାତ୍ରା ।

Leave A Reply

Your email address will not be published.