କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଡାକ୍ତରଖାନାରେ ପ୍ରମାଣ ନଷ୍ଟ ନ ହେବା ପାଇଁ ସେ ସାମରିକ ବାହିନୀ ନିୟୋଜିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର ଏବଂ କୋଲକାତା ପୋଲିସ ଅପରାଧୀ ଏବଂ ଟିଏମ୍ସି ଗୁଣ୍ଡାମାନଙ୍କୁ ଡାକ୍ତରଖାନା ପରିସରରେ ପ୍ରମାଣ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି । ଏହି ଆକ୍ରମଣ ପୂର୍ବରୁ ସ୍ଥିର ହୋଇଥିଲା ।
ସେ ଗୃହମନ୍ତ୍ରାଳୟ ସଚିବ ଅଜୟ କୁମାର ଭଲ୍ଲା ଓ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ନିର୍ଦ୍ଦେଶକଙ୍କୁ ଲେଖିଥିବା ଏହି ପତ୍ରରେ ସେ କହିଛନ୍ତି ଯେ, କୋଲକାତା ଡାକ୍ତରଖାନାରେ ଘଟିଥିବା ଘଟଣାର ବର୍ବରତା ସମଗ୍ର ଦେଶକୁ ଚକିତ କରିଛି ।
Comments are closed.