Latest Odisha News

BREAKING NEWS

ବାଂଲାଦେଶୀଙ୍କୁ ଚିକିତ୍ସା କରାଯିବନି, ଡାକ୍ତର ନେଲେ…

କୋଲକାତା: ବାଂଲାଦେଶୀଙ୍କୁ ଚିକିତ୍ସା କରିବୁନି। କୋଲକାତାର ଉତ୍ତର ଭାଗରେ ଥିବା ମାଣିକଟାଲାରେ ସ୍ଥିତ ଜେଏନ୍ ରାଇ ହସ୍ପିଟାଲ୍ ଏଭଳି ନିଷ୍ପତ୍ତି ନେଇଛି।

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରିବାକୁ ଯାଇ ଏଭଳି ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ଭାରତୀୟ ପତାକାକୁ ଅପମାନିତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଡାକ୍ତରଖାନାର ଅଧିକାରୀ ସୁଭ୍ରାଂଶୁ ଭକ୍ତ କହିଛନ୍ତି।

ହସ୍ପିଟାଲ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେ କୌଣସି ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା କରିବୁ ନାହିଁ। ଏହି ନିଷ୍ପତ୍ତିରେ ସାମିଲ ହେବାକୁ ସେ ସହରର ଅନ୍ୟ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଅନୁରୋଧ କରିଥିଲେ।

 

Comments are closed.