Latest Odisha News

BREAKING NEWS

ଆଇପିଏଲ ମହାସମର : ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା

ଦୁବାଇ : ଆଇପିଲର ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି କେକେଆର ।

ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଲକାତାର ବୋଲିଂ ସାମ୍ନାରେ ଦଳ ବଡ଼ ରନ୍ କରିବାରେ ସକ୍ଷମ ହୋଇପାରିନଥିଲା । ୧୪୩ ରନର ବିଜୟ ଲକ୍ଷ୍ୟ କୋଲକାତା ସାମ୍ନାରେ ରଖିଥିଲା ହାଇଦ୍ରାବାଦ୍ ।

ଅନ୍ୟ ପକ୍ଷରେ କୋଲକାତାର ବ୍ୟାଟିଂ ଅର୍ଡର ଠିକ୍ ଥିବାରୁ ଦଳ ମାତ୍ର ୩ ୱିକେଟ୍ ହରାଇ ୧୮ ଓଭର ଖେଳି ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିଛି ।

Leave A Reply

Your email address will not be published.