Latest Odisha News

BREAKING NEWS

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ କୋଲକାତା

ଆବୁଧାବି: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି କୋଲକାତା ଅଧିନାୟକ ଦୀନେଶ କାର୍ତିକ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ତାର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କର ନ ଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ପୀୟୂଷ ଚାୱଲାଙ୍କ ସ୍ଥାନରେ ଦଳରେ କରନ ଶର୍ମାଙ୍କୁ ସାମିଲ କରିଛି ।

ଉଭୟ ଦଳ ପରସ୍ପର ବିରୋଧରେ ୨୨ ମ୍ୟାଚ ଖେଳିଥିବା ବେଳେ ଚେନ୍ନାଇ ୧୪ ଓ କେକେଆର ୮ ମ୍ୟାଚରେ ବିଜୟୀ ହୋଇଛି ।

Leave A Reply

Your email address will not be published.