Latest Odisha News

BREAKING NEWS

୧୧ ବର୍ଷ ତଳେ ମୃତ ଘୋଷିତ ବ୍ୟକ୍ତିଙ୍କ ମିଳିଲା ଜୀବନ୍ତ ପରିଚୟ

କୋଲକାତା:୧୧ ବର୍ଷ ତଳେ ରେଳ ଦୁର୍ଘଟଣାରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ପୁଣି ଥରେ ଜୀଇଁ ଉଠିଥିବା ଭଳି ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ୨୦୧୦ରେ ଜାନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ୧୧ ବର୍ଷ ପରେ ଜୀବନ୍ତ ଅବସ୍ଥାରେ ମିଳିଥିବା ଜଣାପଡ଼ିଛି।

ଶନିବାର ସନ୍ଧ୍ୟାରେ ଉତ୍ତର କୋଲକାତାର ଜୋରାବାଗାନରୁ ଅମୃତଭାନ୍ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କଲାବେଳେ ଏହି ରହସ୍ୟ ଉନ୍ମୋଚିତ ହୋଇଥିଲା। ଦୁର୍ଘଟଣା ସମୟରେ ଏହି ବ୍ୟକ୍ତିଙ୍କୁ ୩୭ ବର୍ଷ ହୋଇଥିଲା।

ଜାନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରେ ଚୌଧୁରୀ ତାଲିକାଭୁକ୍ତ ହୋଇଥିଲେ। ମାଓବାଦୀଙ୍କ ଦ୍ବାରା ୨୮ ମେ ୨୦୧୦ରେ ପଶ୍ଚିମ ମେଦିନାପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଜାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୪୮ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଥିଲା।

ପ୍ରାଥମିକ ଅନୁସନ୍ଧାନକୁ ଭିତ୍ତି କରି ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ମୃତ ବ୍ୟକ୍ତିଙ୍କ ଡିଏନ୍ଏ ପ୍ରୋଫାଇଲ୍ ମାଧ୍ୟମରେ ଜୀବନ୍ତ ଥିବା ପଚିଚୟ ମିଳିଥିଲା।  ଉକ୍ତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ଏବଂ ସରକାରୀ ଚାକିରି ମିଳିଥିଲା।

Leave A Reply

Your email address will not be published.