Latest Odisha News

ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମ୍ୟାଚ ଦିନ ଗଡ଼ିବ ୨୩ଟି ବସ୍‌ ଏବଂ ମେଟ୍ରୋ

କୋଲକାତା: ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ମେଟ୍ରୋ ଏବଂ ଟ୍ରେନ୍‌ ବ୍ୟବସ୍ଥା ହୋଇସାରିଛି।

ଏଥର ରାଜ୍ୟ ପରିବହନ ବିଭାଗ ମ୍ୟାଚ୍‌ ଦିନରେ ସ୍ୱତନ୍ତ୍ର ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି। ମ୍ୟାଚ୍‌ ଦିନ ସହରର ବିଭିନ୍ନ ସ୍ଥାନରୁ ମୋଟ ୨୩ଟି ବସ୍‌ ଛାଡିବ। ଇଡେନ ଫେରନ୍ତା ଜନତାଙ୍କୁ ଏସପ୍ଲାନେଡରୁ ବସ୍‌ ଧରିବାକୁ ପଡିବନାହିଁ। ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ କ୍ରିକେଟର ନନ୍ଦନକାନନ ଇଡେନ୍‌ ଗାର୍ଡେନ୍‌ସରେ ରହିଛି। ସେହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ। ହାଇ ଭାଲଟେଜ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ହୋଇସାରିଛି। ସେହି ମ୍ୟାଚ୍‌ ଦିନରୁ ସ୍ୱତନ୍ତ୍ର ବସ୍‌ ସେବାର ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷର ଆଇପିଏଲ୍‌ ଇଡେନରେ ୭ଟି ମ୍ୟାଚ୍‌ ଖେଳାଯିବ। ଏସପ୍ଲାନେଡରୁ ପ୍ରତିଦିନ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା କରାଯାଇଛି। ୨୨ ମାର୍ଚ୍ଚ ଶନିବାର, ୩ ଏପ୍ରିଲ ଗୁରୁବାର, ୨୧ ଏପ୍ରିଲ ସୋମବାର, ୨୬ ଏପ୍ରିଲ ଶନିବାର, ୭ ମେ ବୁଧବାର ନାଇଟ୍‌ସ ରାଇଡର୍ସର ମ୍ୟାଚ୍‌ ରହିଛି। ସେଦିନ ବିଶେଷ ବସ୍‌ ସେବା ରହିବ। ୨୩ ମେରେ କ୍ୱାଲିଫାୟାର ଏବଂ ୨୫ ମଇରେ ଫାଇନାଲ ମ୍ୟାଚ୍‌ ଦିନ ବିଶେଷ ବସ୍‌ ସେବା ବ୍ୟବସ୍ଥା କରାଯାଇଛି।

 

Comments are closed.