Latest Odisha News

BREAKING NEWS

କୋଲକାତାରେ ‘ଆଦିତ୍ୟନାଥଙ୍କ ବୁଲଡୋଜର’: ଟିଏମସି-ବିଜେପି ମୁହାଁମୁହିଁ

କୋଲକାତା: କୋଲକାତାରେ ଅବୈଧ ନିର୍ମାଣକୁ ନେଇ ଆଗତ ଏକ ମାମଲାର ବିଚାର କରି ଜଷ୍ଟିସ ଅଭିଜିତ ଗାଙ୍ଗୁଲି କହିଛନ୍ତି, କୋଲକାତା ନିଗର ନିଗମ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ବୁଲଡୋଜର ଉଧାର ସୂତ୍ରରେ ଆଣି ପାରିବେ । ଜଷ୍ଟିସଙ୍କର ଏହି କଥାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମସି ।
କେଏମସି ଓକିଲ କୋଲକାତା ନଗର ନିଗମ ଅନ୍ତର୍ଗତ ଅଞ୍ଚଳରେ ବେଆଇନ ନିର୍ମାଣକୁ ନେଇ ଯେତେବେଳେ ନିଜ ମତ ରଖିଥିଲେ ସେତେବେଳେ ଜଷ୍ଟିସ ଗାଙ୍ଗୁଲି ଏପରି କହିଥିଲେ । ।କୋର୍ଟଙ୍କର ଏପରି ଟପ୍ପଣୀରେ କୋଲକାତା ମେୟର ଫିରହାଦ ହକୀମ କହିଥିଲେ, ଆମେ ବୁଲଡୋଜର ଆସିବା ଉପରେ ବିଶ୍‌:ାସ କରୁନା । ଆମେ ବିକାଶ ଉପରେ ବିଶ୍‌:ାସ କରୁ । ତା ସହିତ ଏକଥା ବି ସତ ଯେ ଆମେ କୌଣସି ପ୍ରକାର ବେଆଇନ ନିର୍ମାଣକୁ ସମର୍ଥନ କରୁନା ।

ସେହିପରି ଟିଏମସି କୁଣାଳ ଘୋଷ ଜଷ୍ଟିସ ଅଭିଜିତ ଗାଙ୍ଗୁଲିଙ୍କର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜଷ୍ଟିସ ଗାଙ୍ଗୁଲି ପ୍ରସିଦ୍ଧି ଚାହୁଁଛନ୍ତି । ପଶ୍ଚିମବଙ୍ଗରେ ଏବେ ସିପିଏମର କିଛି ଭୂମିକା ନାହିଁ । ପ୍ରତିଯୋଗିତାରୁ ଏବେ ସେ ବାହାରେ । ତେଣୁ ବିଜେପି ପାଇଁ ସେ ଚେଷ୍ଟା କରୁଛନ୍ତି । ତାଙ୍କୁ ପଶ୍ଚିମବଙ୍ଗ ବିଜେପି ଉପରେ ଭରସା ନାହିଁ । ତାଙ୍କର ସୁକନ୍ତ ମଜୁମଦା, ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ବିଶ୍ୱାସ ନାହିଁ ।

କୁନାଲ ଘୋଷ କହିଛନ୍ତି, ବୁଲଡୋଜର ଯଦି ଚାହୁଁଛନ୍ତି ତେବେ ପଶ୍ଚିମବଙ୍ଗ ସରକାରଙ୍କ ପାଖରେ ବି ଅଛି । କୋଲକାତା ନଗର ନିଗମ ପାଖରେ ବି ଅଛି । ସେ କହିଛନ୍ତି, ଜଷ୍ଟିସ ଗାଙ୍ଗୁଲି ଟିଏମସି ବିରୋଧୀ ଅଟନ୍ତି । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଯୋଗୀ ରାଜଙ୍କ ବୁଲଡୋଜରରୁ ମହିଳା ତଥା ଦଳିତଙ୍କର ରକ୍ତ ଝରୁଛି । ଉ୍‌ତର ପ୍ରଦେଶରେ ଉନ୍ନାବ, ହାଥରସ, ପ୍ରୟାଗରାଜ ପରି ଘଟଣା ଘଟିଛି । ଏଥିରେ ଅଭିଜିତ ୟୁପିକୁ ରୋଲ ମଡେଲ କରିଛନ୍ତି ।

ଅନ୍ୟପକ୍ଷେ ବିଜେପି ନେତା ଶିଶିର ବାଜୋରିୟା ଅଭିଜିତ ଗାଙ୍ଗୁଲିଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି କହିଚନ୍ତି କୋଲକାତା ନଗର ନିଗମ ବେଆଇନ କାମ ପାଇଁ ପରିଚିତ । ଏଠାରେ ଅନେକ କାମ ବେଆଇନ ଭାବେ ଚାଲିଛି ।

Leave A Reply

Your email address will not be published.