Latest Odisha News

କୋଲକତା ଲଜ୍ଜା: ଅଭିଯୁକ୍ତ ସଂଜୟର ହେବ ମାନସିକ ସ୍ଥିତି ଯାଞ୍ଚ

କୋଲକାତା: କୋଲକାତାରେ ଯାହା ଘଟିଛି ତାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ଜାରି ରହିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଦେଶବ୍ୟାପୀ ଆନ୍ଦୋଳନ । ଅନ୍ୟପଟେ ଏହି ଘଟଣାରେ ସତ ଖୋଜୁଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟକୁ ଧରିଥିଲେ ମଧ୍ୟ ଘଟଣାରେ ବିଭିନ୍ନ ମୋଡ ନେଇ ତନତନ ଯାଞ୍ଚ କରୁଛି ସିବିଆଇ । ଏଭଳି ଲଜ୍ଜାକର ଘଟଣାର ପ୍ରକୃତ କାରଣ ଖୋଜୁଛି । ଏହାରି ଭିତରେ ଅଭିଯୁକ୍ତ ସଂଜୟର ହେବ ସାଇକୋଲୋଜିକାଲ ଟେଷ୍ଟ ବା ମାନସିକ ସ୍ଥିତି ପରୀକ୍ଷଣ । ଏଥିପାଇଁ ସିବିଆଇ ସିଏଫଏସଏଲ ଟିମ୍ ସଂଜୟର ଟେଷ୍ଟ ପାଇଁ କୋଲକାତାରେ ପହଞ୍ଚିଛନ୍ତି । ତେବେ ଏହି ଟେଷ୍ଟ ହେବା ପରେ ଅନେକ କିଛି ପ୍ରଶ୍ନ ଉପରୁ ପ୍ରଶ୍ନବାଚୀ ଉଠିବ ବୋଲି ଆଶା କରିଛି ସିବିଆଇ ।

ସେପଟେ ଆରଜିକର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟ ମାମଲାରେ ସିବିଆାଇ ମେଡିକାଲ କଲେଜର ସେମିନାର ହଲକୁ ଥ୍ରୀଡି ଲେଜର ସ୍କାନିଂ କରିଛି । ଏହାସହିତ ଅଭିଯୁକ୍ତ ସଂଜୟ ଫୋନରୁ ମଧ୍ୟ କିଛି ଆପତ୍ତିଜନକ ଭିଡିଓ ଓ ତଥ୍ୟ ମିଳିଥିବା ସୂଚନା ମିଳିଛି । ଅନ୍ୟପଟରେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ପରିବାର ଲୋକଙ୍କ ପକ୍ଷରୁ ଏହା ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ ବୋଲି ଯେଉଁ ଅଭିଯୋଗ ଆସିଥିଲା ସେ ଦିଗରେ ମଧ୍ୟ ଯାଞ୍ଚ କରୁଛି ସିବିଆଇ ।

ଏହା ସହିତ ଏବେବି ଆରଜିକର ମେଡିକାଲ ଆଗରେ ଧାରଣାରେ ବସିଛନ୍ତି ଡାକ୍ତର । ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହିତ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜାରି ରଖିଛନ୍ତି  । ଏହାସହିତ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ (ହିଂସା ତଥା ସମ୍ପତ୍ତିର କ୍ଷତି) ବିଲ୍, ୨୦୧୯କୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି ଡାକ୍ତରମାନେ ।

Comments are closed.